ଛାତ୍ର ବିଜେଡି ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ: ଜୟଶ୍ରୀ, ଇତିଶ୍ରୀଙ୍କୁ ଯୁବ ଆଦର୍ଶ ସମ୍ମାନ

Advertisment
ଛାତ୍ର ବିଜେଡି ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ: ଜୟଶ୍ରୀ, ଇତିଶ୍ରୀଙ୍କୁ ଯୁବ ଆଦର୍ଶ ସମ୍ମାନ

ଭୁବନେଶ୍ବର, ୧୦।୧୧(ଇମିସ): ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡିର ମଣ୍ଡଳୀସ୍ତରୀୟ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କସ୍ତୁରବା ନାରୀମହଲ ଠାରେ ଆୟୋଜିତ ଏହି କାର୍ଯ୍ୟକାରିଣୀକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଭର୍ଚୁଆଲ ମାଧ୍ୟମରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦବୋଧନ ଦେଇଥିଲେ। ୱାର୍ଡସ୍ତରରେ ଛାତ୍ର ସଂଗଠନ କିଭଳି ମଜଭୁତ ହୋଇପାରିବ ସେ ନେଇ କାମ କରିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟ ଭର୍ଚୁଆଲ ମାଧ୍ୟମରେ ସରକାରଙ୍କ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଯୁବକମାନଙ୍କୁ ବାର୍ତ୍ତା ଦେଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଓ ଇତିଶ୍ରୀ ଦୀକ୍ଷିତଙ୍କୁ ଯୁବ ଆଦର୍ଶ ସମ୍ମାନରେ ସମ୍ମାନିତ କରା ଯାଇଥିଲା।

ମୋଟିଭେସ୍‌ନାଲ ସ୍ପିକର ବସନ୍ତ ତ୍ରିପାଠୀ ଯୁବ ଛାତ୍ରଙ୍କୁ ଉତ୍ତମ ଆଚରଣ କରିବାକୁ ଆହ୍ବାନ ଦେଇଥିଲେ। ବିଜେଡି ରାଜ୍ୟ ସମ୍ପାଦକ ରଣଜିତ ମହାପାତ୍ର, ଅମରଜିତ ସେନାପତି, ଅମରେଶ ଜେନା, ମନ୍ଦାକିନୀ କର, ଯୁଗ୍ମ ସମ୍ପାଦକ ତନ୍ମୟ ସ୍ୱାଇଁ, ହରିଶଙ୍କର ରାଉତ, କିଶୋର ନାୟକ ପ୍ରମୁଖ ଛାତ୍ରମାନଙ୍କୁ ପ୍ରେରଣା ଦେଇଥିଲେ। ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ଦିଲ୍ଲୀପ ସେନାପତି, ସାଗର ବଳବନ୍ତରାୟ ସଭା ସଂଚାଳନ କରିଥିଲେ। ଯୁବ ନେତା ବିଜୟ କେତନ ସାହୁ, ଭରତ ଲେଙ୍କା, ଅରୁଣ ମହାନ୍ତି, ଲଗ୍ନାଦୀପା ମିଶ୍ର, ଦିପ୍ତୀରଂଜନ ଜେନା, ଅଲିଅଳି ମଲ୍ଲିକ, ଜଗମୋହନ ବଳିୟାରସିଂ, ଦିଲ୍ଲୀପ ଜେନା, ରାଜେଶ ରାଜ ସ୍ୱାଇଁ, ଅଜିତ ବେହେରା, ଶକ୍ତି ସାହେବ ପତି, ଭଗବାନ ସାହୁ, ସଦାଶିବ ମହାକୁଡ଼, ବିଜୟଲକ୍ଷ୍ମୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe