ପଳାସପଲ୍ଲୀ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ପ୍ରସଙ୍ଗ: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

Advertisment
ପଳାସପଲ୍ଲୀ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ପ୍ରସଙ୍ଗ: ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର : ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କାର୍ଯ୍ୟାଳୟରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନଶୋଷଣ ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ପ୍ରଦେଶ ଛାତ୍ର କଂଗ୍ରେସ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଇସ୍ତଫା ଦାବି କରିଛି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନ ନିକଟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଅନୁଷ୍ଠାନର ସଂପାଦକ ଚାକିରି ଏବଂ ଅର୍ଥ ଲୋଭ ଦେଖାଇ ଯୌନଶୋଷଣ କରୁଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି। ଏହା ସତ୍ତ୍ବେ ତାଙ୍କୁ ପୁଲିସ ଏବଂ ବିଭାଗୀୟ ମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ଅନୁଷ୍ଠାନ ସଂପାଦକ ସୁରେଶ ବେହେରାଙ୍କୁ ଗିରଫ କରାଯିବା ସହ ପୀଡ଼ିତାଙ୍କୁ ତୁରନ୍ତ ୨୦ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବା ପାଇଁ ସଂଗଠନ ଦାବି କରିଛି। କାର୍ଯ୍ୟକ୍ରମରେ ନିହାର ରଂଜନ ବେହେରା, ସୁନୀଲ ମାଟିଆ, କାର୍ତ୍ତିକ କାଣ୍ଡି, ବିଶ୍ବଭୂଷଣ ମହାପାତ୍ର, ସ୍ମୃତିରଂଜନ ଜେନା, ନିଆଜୁଲ୍ ଇସଲାମ ପ୍ରମୁଖ ଛାତ୍ର ନେତା ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe