ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ: ଥାନାରେ ଏତଲା

ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ: ଥାନାରେ ଏତଲା

ଭୁବନେଶ୍ବର: ରାଜଧାନୀରେ ହଜିଗଲେ ସ୍ବିଟି ରାୟ। ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଝିଅ ସ୍ବିଟି ନିଖୋଜ ହୋଇଯାଇଥିବା ନେଇ ପରିବାରଲୋକ ସୂଚନା ଦେଇଛନ୍ତି। ଗତକାଲି ଜନ ଶତାବ୍ଦୀ ଟ୍ରେନରେ ହାୱଡାରୁ ଭୁବନେଶ୍ବର ଆସିବା ପରେ ସ୍ବିଟି ନିଖୋଜ ହୋଇଯାଇଛନ୍ତି। ସେ ଭୁବନେଶ୍ବରର ଖଣ୍ଡଗିରିରେ ଥିବା ଉତ୍କଳ ଏରୋ ସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ। ଏନେଇ ସ୍ବିଟିଙ୍କ ସ୍ଥାନୀୟ ଅଭିଭାବକ ସୁରେଶ କୁମାର ପଣ୍ଡା ଜିଆରପି ଥାନାରେ ଏତଲା ଦେଇଛନ୍ତି।

ସ୍ବିଟିଙ୍କ ବାପା ହେଲେ ବିଜୟ କୁମାର ରାୟ। ସେ ତ୍ରିପୁରାର ଅମ୍ବାସାରେ ବିଏସଏଫରେ କାମ କରନ୍ତି। ସ୍ବିଟି ଏଯାଏ  ଉତ୍କଳ ଏରୋ ସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜରେ ପହଞ୍ଚିନାହାନ୍ତି କି ଘରେ ବି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe