ଷ୍ଟୁଡେଣ୍ଟ ଟ୍ରାଫିକ୍‌ଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପଦକ୍ଷେପ ନେବାକୁ ମାନବାଧିକାର କମିସନଙ୍କ ନିର୍ଦେଶ

ଷ୍ଟୁଡେଣ୍ଟ ଟ୍ରାଫିକ୍‌ଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପଦକ୍ଷେପ ନେବାକୁ ମାନବାଧିକାର କମିସନଙ୍କ ନିର୍ଦେଶ

ଭୁବନେଶ୍ୱର: କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ଷ୍ଟୁଡେଣ୍ଟ ଟ୍ରାଫିକ୍‌ଙ୍କ ସୁରକ୍ଷା ଓ ନିରପତ୍ତା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଜି ରାଜ୍ୟ ମାନବାଧିକାର କମିସନ୍‌ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଏନେଇ ଗତ ୧୮ ତାରିଖରେ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ବିଜୟ କୁମାର ପଣ୍ଡା ମାନବାଧିକାର କମିସନରେ ଆବେଦନ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ ସମସ୍ତ ସରକାରୀ କର୍ମଚାରୀଙ୍କୁ ୧୯୬୪ ମସିହାରୁ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଲାଗୁ କରାଯାଇଛି। ସେହିପରି ଗତ ୨୦୦୩ ମସିହାରେ ଏହି ନିୟମକୁ ହୋମଗାର୍ଡଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି। ତେବେ ଗତ ୨୦୧୪ ମସିହାରୁ କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ୧୨୦ ଷ୍ଟୁଡେଣ୍ଟ ଟ୍ରାଫିକ୍‌ଙ୍କ ପାଇଁ ଏହି ନିୟମ କାହିଁକି ଲାଗୁ କରାଯାଇ ନାହିଁ। ସେମାନେ ଖରା, ବର୍ଷା, ଶୀତରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ବିଭିନ୍ନ ସମୟରେ ସେମାନଙ୍କୁ ମୁଖ୍ୟ ଛକଗୁଡ଼ିକରେ ଫାଇନ୍‌ ଆଦାୟ ପାଇଁ ନିୟୋଜିତ କରାଯାଉଛି। ଏହି ଷ୍ଟୁଡେଣ୍ଟ ଟ୍ରାଫିକ୍‌ଙ୍କ ଦ୍ୱାରା ଆଦାୟ ଲକ୍ଷ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷକୁ ଯାଉଛି। ହେଲେ ସେମାନଙ୍କ ମୌଳିକ ଅଧିକାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ। ଯଦି ସେମାନେ କୌଣସି ଦୁର୍ଘଟଣା କିମ୍ବା ଆକ୍ରମଣର ଶିକାର ହୁଅନ୍ତି, ସେମାନଙ୍କ ପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଥିଲେ। ତେଣୁ ସରକାରୀ କର୍ମଚାରୀଙ୍କ ପରି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମକୁ ଲାଗୁ କରିବା ପାଇଁ ମାନବାଧିକାର କମିସନ୍‌ଙ୍କ ନିକଟରେ ଗୁହାରି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe