ବିନା ସୂଚନାରେ ପରୀକ୍ଷା ବାତିଲ୍‌, ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

Advertisment
ବିନା ସୂଚନାରେ ପରୀକ୍ଷା ବାତିଲ୍‌, ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

ଚନ୍ଦ୍ରଶେଖରପୁର: ବିନା କୌଣସି ପୂର୍ବ ସୂଚନାରେ ଏକ ନିଯୁକ୍ତିଭିତ୍ତିକ ପରୀକ୍ଷାକୁ ବାତିଲ୍‌ କରି ଦିଆଯିବାରୁ ପଟିଆ ଛକ ନିକଟରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ ଆଗରେ ଆଜି ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଏହାର ପ୍ରତିବାଦରେ ଶତାଧିକ ଉତ୍ତ୍ୟକ୍ତ ପରୀକ୍ଷାର୍ଥୀ ନନ୍ଦନକାନନ ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣା ଦେଇଥିଲେ। ସେମାନେ ପଥର ଓ ବାଉଁଶ ପକାଇ ରାସ୍ତା ଅବରୋଧ କରିବାରୁ ଏହି ରାସ୍ତା ଦେଇ ଗାଡ଼ି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ତେବେ ପରିସ୍ଥିତି ଅଣାୟତ୍ତ ହେବା ଆଗରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ହେଲା, ଏହି ନିଯୁକ୍ତିଭିତ୍ତିକ ପରୀକ୍ଷା ଦେବା ପାଇଁ ବିଭିନ୍ନ ଜିଲ୍ଲାରୁ ପରୀକ୍ଷାର୍ଥୀମାନେ ଗତକାଲି ବିଳମ୍ବିତ ରାତିରେ ଏଠାରେ ପହଞ୍ଚି ଶୀତୁଆ ରାତିରେ ଫୁଟପାଥ୍‌ରେ ‌ଶୋଇଥିଲେ। ଆଜି ସକାଳେ ସେମାନେ ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚି ଦେଖନ୍ତି ତ ସେମାନଙ୍କ ପରୀକ୍ଷା କୌଣସି ଏକ କାରଣ ପାଇଁ ବାତିଲ୍ କରି ଦିଆଯାଇଛି। କୌଣସି ପୂର୍ବ ସୂଚନା ନ ଦେଇ ହଠାତ୍‌ ପରୀକ୍ଷା ବାତିଲ୍‌ କରି ଦିଆଯାଇଥିବାରୁ ସେଠାରେ ଉପସ୍ଥିତ ଶହ ଶହ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe