ସ୍କୁଲରେ ତାଲା, ବାହାରେ ଠିଆହେଲେ ଛାତ୍ରଛାତ୍ରୀ

Advertisment
ସ୍କୁଲରେ ତାଲା, ବାହାରେ ଠିଆହେଲେ ଛାତ୍ରଛାତ୍ରୀ

ବାଲିପାଟଣା: ବାଲିପାଟଣା ବ୍ଲକ ଅନ୍ତର୍ଗତ ଅଭୟମୁଖୀ ଗ୍ରାମର ବରାହୀ ଉଚ୍ଚ ବିଦ୍ୟାଳୟ ଫାଟକରେ ଆଜି କେହି ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ସ୍କୁଲ ଖୋଲିବା ସମୟରେ ଫାଟକରେ ତାଲା ପଡ଼ିବାରୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବାହାରେ ଠିଆ ହୋଇଥିଲେ। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହାୟତାରେ ସ୍କୁଲ ତାଲା ଭଙ୍ଗାଯାଇଥିଲା। ଏଭଳି ଘଟଣା ଯୋଗୁଁ ଆଜି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏଠାରେ ଏକ ସ୍କୁଲ୍‌ ପରିଚାଳନା କମିଟି ଗଠନକୁ ନେଇ ବିବାଦ ରହିଥିବା ଆଲୋଚନା ହେଉଛି। ଏପରିକି କଥା କୋର୍ଟ ପର୍ଯ୍ୟନ୍ତ ଯାଇଛି। ଜିଲ୍ଲା ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସମାସ୍ୟା ସମାଧାନ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe