ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ରାସ୍ତାରୋକ

Advertisment
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ରାସ୍ତାରୋକ

ଭୁବନେଶ୍ବର: ଜୟଦେବ ବିହାର ଛକ ନିକଟ ଏକ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଛାତ୍ରୀଙ୍କୁ ୨ ଅଧ୍ୟାପକ ଅସଦାଚରଣ କରିବା ଘଟଣାକୁ ନେଇ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜର ଛାତ୍ରଛାତ୍ରୀମାନେ ଏକାମ୍ର କାନନ-ଜୟଦେବବିହାର ରାସ୍ତା ଅବରୋଧ କରିବା ସହ ହୋ ହଲ୍ଲା କରିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଓ ଜୋନ୍ ଏସିପି ସଂଜୀବ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ୨ ଅଧ୍ୟାପକ ହାତଯୋଡ଼ି କ୍ଷମାପ୍ରାର୍ଥନା କରିଥିଲେ।

ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଜୟଦେବବିହାରସ୍ଥିତ ସରକାରୀ କଲେଜର ୨ ଅଧ୍ୟାପକ କଲେଜ ଛାତ୍ରୀଙ୍କୁ ରାତିଅଧରେ ଫୋନ୍ କରିବା ସହ ଶ୍ରେଣୀଗୃହରେ ଦୁର୍ବ୍ୟବହାର ଓ ଅସଦାଚରଣ କରନ୍ତି। ଏଭଳି ଏକାଧିକ ଘଟଣା ଘଟିବା ପରେ ଉତ୍‌କ୍ଷିପ୍ତ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଥିଲେ। କଲେଜ ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନକୁ ଛାତ୍ର କଂଗ୍ରେସ ସଭାପତି ୟାସିର ନଵାଜଙ୍କ ନିଷ୍ପତ୍ତିକ୍ରମେ ମୁଖପାତ୍ର ବିଶ୍ବଭୂଷଣ ମହାପାତ୍ର, ନିହାର ରଞ୍ଜନ ବେହେରା, ମୁନା ପରିଡ଼ା, ରଞ୍ଜିତ ସେନାପତି, ଆର୍ଯ୍ୟନ ସାସମଲ, ରାଜଲକ୍ଷ୍ମୀ ସାହୁ, ପ୍ରୀତିସ୍ମିତା ଜେନା, ପ୍ରମୋଦିନୀ ସାହୁ, ଶୁଭସ୍ମିତା ବେହେରା, ରାଜଶ୍ରୀ ନନ୍ଦିନୀ ଦାସ, ଗୁରୁ ପ୍ରସାଦ ମଲ୍ଲିକ, ସମ୍ବିତ ସୌମ୍ୟରଞ୍ଜନ, ସୌରଭ କୁମାର ଦାସ ପ୍ରମୁଖ ଛାତ୍ରନେତା ସମର୍ଥନ ଜଣାଇଥିଲେ। ଶେଷ‌‌ରେ ୨ ଅଧ୍ୟାପକ କ୍ଷମା ପ୍ରାର୍ଥନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe