ବଦଳି ଶିକ୍ଷକଙ୍କୁ ପୁନଃ ଅବସ୍ଥାନ ଦାବି: ମଧ୍ୟାହ୍ନ ଭୋଜନ ଖାଇଲେନି ଛାତ୍ରଛାତ୍ରୀ

ବାଲିଅନ୍ତା ବ୍ଲକ୍‌ ଅଧୀନ ସରକଣାସ୍ଥିତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଦଳି କରାଯାଇଥିବା ଦୁଇ ଜଣ ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରାଯିବା ଦାବିରେ ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ସମ୍ମୁଖରେ ୪ ଘଣ୍ଟା ଧରି ପ୍ରତିବାଦ କରିଥିଲେ।

sfhfhfshh

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଅଧୀନ ସରକଣାସ୍ଥିତ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଦଳି କରାଯାଇଥିବା ଦୁଇ ଜଣ ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରାଯିବା ଦାବିରେ ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ସମ୍ମୁଖରେ ୪ ଘଣ୍ଟା ଧରି ପ୍ରତିବାଦ କରିଥିଲେ। ଖବର ପାଇ ବିଡିଓ ରଶ୍ମିତା ନାଥ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନିହାରିକା ପଣ୍ଡା ଓ ବିଆର୍‌ସିସି ରମାମଣି ଦେଈ ପହଞ୍ଚି ବୁଝାସୁଝା କରିବା ପରେ ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଗଣିତ ଶିକ୍ଷକ ଭାଗିରଥି ସାହୁଙ୍କୁ ସିଆର୍‌ସିସି ଭାବେ ପଦୋନ୍ନତି ଦିଆଯାଇଛି। 

ସେହିପରି ଇଂରାଜୀ ଶିକ୍ଷକ କଳ୍ପନା ମିଶ୍ରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। କିନ୍ତୁ ଏହି ଦୁଇ ଜଣ ଶିକ୍ଷକଙ୍କୁ କାଢ଼ି ନେବା ଦ୍ବାରା ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଆଜି ଛାତ୍ରଛାତ୍ରୀମାନେ ଶ୍ରେଣୀକୁ ନଯାଇ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ବଦଳି ଶିକ୍ଷକ ଦ୍ବୟଙ୍କୁ ପୁଣି ଏଠାରେ ଅବସ୍ଥାପିତ କରିବାକୁ ନାରା ଦେଇଥିଲେ। ଏମିତିକି ମଧ୍ୟାହ୍ନଭୋଜନ ଖାଇନଥିଲେ। ଅଭିଭାବକ ଓ ଉପରିସ୍ଥ ଅଧିକାରୀମାନଙ୍କ ବୈଠକ ବସିଥିଲା। ଅଭିଭାବକଭାନେ କହିଥିଲେ ଯେ ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୨୦ ଜଣ ଛାତ୍ରଛାତ୍ରୀଙ୍କ ଲାଗି ୨୦ ଜଣ ଶିକ୍ଷକ ନିଯୁକ୍ତ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୫ ଜଣ ଶିକ୍ଷକ ଅସୁସ୍ଥ ଥିବା ବେଳେ ଦେଢ଼ ବର୍ଷ ହେଲା ପ୍ରଧାନ ଶିକ୍ଷକ ପଦବି ଖାଲି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe