ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ଉାତ୍ତୋଳନ ଅଭିଯୋଗ, ଗୁରୁତର ଛାତ୍ରୀ ଆଇସିୟୁରେ ଭର୍ତ୍ତି

Advertisment
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ଉାତ୍ତୋଳନ ଅଭିଯୋଗ, ଗୁରୁତର ଛାତ୍ରୀ ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନୃତ୍ୟରେ ଯୁକ୍ତ ଦୁଇ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗତକାଲି ତାଙ୍କର ଜଣେ ସହପାଠୀ ନିଶା ନେଇ ତାଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଛାତ୍ରୀଙ୍କ ବାପା ଏ ନେଇ ଆଜି ଖାରବେଳନଗର ଥାନାରେ ଅଭିଯୋଗ କରିଥିବା ବେଳେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ କ୍ୟାପିଟାଲ ହସ୍‌ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଛାତ୍ରୀଙ୍କ ବାପା ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ଯେ ଗତକାଲି ତାଙ୍କ ଝିଅର ପରୀକ୍ଷା ଥିବାରୁ ସକାଳ ସାଢ଼େ ୮ଟା ବେଳେ ସେ ନିଜେ ନେଇ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାଡ଼ି ଆସିଥିଲେ। ଦିନ ସାଢ଼େ ୧୨ଟା ପରେ ତାଙ୍କ ବଡ଼ ଝିଅ ସମ୍ପୃକ୍ତ ଛାତ୍ରୀଙ୍କୁ ଯାଇ ଘରକୁ ଆଣିଥିଲେ। ଘରକୁ ଫେରିବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରରଯାଇଥିଲା। ସେଠାରେ ଚେତା ଫେରିବା ପରେ ପରେ ସେ କହିଥିଲେ ଯେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଦୁଇଟି ଲାଲ ରଙ୍ଗର ଚକୋଲେଟ୍‌ ଖାଇବାକୁ ଦେଇଥିଲେ। ଖାଇ ସାରିବା ପରେ ସେ ଅଚେତ ହୋଇ ପଡ଼ିଥିଲେ। ତେବେ ଏହାର ସୁଯୋଗ ନେଇ ତାଙ୍କ ଝିଅର ସାଙ୍ଗଙ୍କ ଭାଇ ସମୀର ରଞ୍ଜନ ମହାନ୍ତି ଟିଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତାଙ୍କ ଝିଅର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଛି ବୋଲିି ଝିଅର ବାପା ଅଭିଯୋଗ କରିଛନ୍ତି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe