ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଦଧୀଚି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ

Advertisment
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଦଧୀଚି ପବ୍ଲିକ୍  ସ୍କୁଲର ଛାତ୍ରଛାତ୍ରୀ

ଭୂବନେଶ୍ୱର: ବିଜ୍ଞାନର ପ୍ରମୁଖ ଶାଖାଗୁଡ଼ିକୁ ମନେରଖି ଦଧୀଚି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। କଟକ ଜିଲ୍ଲା ସୁନ୍ଦର ଗ୍ରାମର ବିଦ୍ୟାବିହାରରେ ଥିବା ଦଧୀଚି ପବ୍ଲିକ୍ ସ୍କୁଲ୍‌ର ୨୩୪ ଜଣ ଛାତ୍ରଛାତ୍ରୀ ଗତ ଫେବ୍ରୁଆରି ୨୫ରେ ଶିକ୍ଷକ ଅଟଳବିହାରୀ ମଲ୍ଲିକଙ୍କ ନେତୃତ୍ୱରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି।

ବିଜ୍ଞାନର ୧୦୫ଟି ଶାଖାକୁ ମନେରଖି ଏହି ଗଣରେକର୍ଡ କରିବାରେ ଦଧୀଚି ସ୍କୁଲ ପୂର୍ବଭାରତର ପ୍ରଥମ ସ୍କୁଲଭାବେ ପୁରସ୍କୃତ ହୋଇଛି। ଛାତ୍ରଛାତ୍ରୀଙ୍କ ସଫଳତା ପା‌ଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ର ଅଧିକାରୀମାନେ ଅନୁଷ୍ଠାନକୁ ସ୍ୱର୍ଣ୍ଣପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିବାବେଳେ ଏହି ପିଲାମାନଙ୍କୁ ବିସ୍ମୟ ବାଳକର ଆଖ୍ୟା ଦେଇଛନ୍ତି। ଏନେଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲଠାରେ ଦଧୀଚି ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ‌ରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ମନୋଜ କୁମାର ଦାଶ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe