Advertisment

ଅନ୍‌ଲାଇନ ମୋଡ୍‌ରେ ୫ମ ସେମିଷ୍ଟର ପରୀକ୍ଷା ଦାବି: ଯୁକ୍ତ୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

Advertisment
ଅନ୍‌ଲାଇନ ମୋଡ୍‌ରେ ୫ମ ସେମିଷ୍ଟର ପରୀକ୍ଷା ଦାବି: ଯୁକ୍ତ୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ବର : ଯୁକ୍ତ୩ ୫ମ ସେମିଷ୍ଟର ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ଦାବିରେ ଆଜି ମାଷ୍ଟରକ୍ୟାଣ୍ଟିନ୍ ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁକ୍ତ୩ ଶେଷବର୍ଷ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବର୍ଷର ଅଧିକାଂଶ ସମୟରେ ଅନଲାଇନ୍ କ୍ଲାସ୍ ହୋଇଥିଲା ବେଳେ କାହିଁକି ଅଫ୍‌ଲାଇନ ପରୀକ୍ଷା ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ଏକ ଦାବିପତ୍ର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ କଲେଜ ଖୋଲିବାର ବହୁତ କମ୍ ଦିନ ଭିତରେ ସିଲାବସ୍ ସଂପୂର୍ଣ୍ଣ କରାଯାଇ ବିଳମ୍ବରେ ୪ର୍ଥ ସେମିଷ୍ଟର ପରୀକ୍ଷା କରାଯାଇଛି। ଏହାପରେ ପଞ୍ଚମ ସେମିଷ୍ଟର ପାଇଁ ସଂପୂର୍ଣ୍ଣ ଭାବେ ପ୍ରାଠ୍ୟକ୍ରମ ଶେଷ ହୋଇନାହିଁ କି ପ୍ରାକ୍ଟିକାଲ୍ କ୍ଲାସ୍ ମଧ୍ୟ କରାଯାଇନାହିଁ। ନିୟମ ଅନୁଯାୟୀ ଯୁକ୍ତ୩ ପରୀକ୍ଷାର୍ଥୀଙ୍କୁ ସର୍ବନିମ୍ନ ଗୋଟିଏ ସେମିଷ୍ଟର ପରୀକ୍ଷା ପାଇଁ ୬ମାସ ଦରକାର। ମାତ୍ର କିପରି ତରବରିଆ ଭାବେ ପାଠପଢ଼ା ହେବା ଏବଂ ପ୍ରାଠ୍ୟକ୍ରମ ଶେଷ ନକରି ପରୀକ୍ଷା କରିବାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ତେଣୁ ପଞ୍ଚମ ସେମିଷ୍ଟର ପରୀକ୍ଷାକୁ ଅନଲାଇନ ମୋଡ୍‌ରେ କରାଯାଉ କିମ୍ବା ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ପାସ୍ କରାଇବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ମହେଶ୍ବରୀ ମିଶ୍ର, ସାଇ ଶତାବ୍ଦୀ ନାୟକ, ପ୍ରୀତମ ପାଲ୍‌ଙ୍କ ସମେତ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe