ଛାତ୍ରଛାତ୍ରୀମାନେ କଲେଜ ସମୟରୁ ହିଁ ନିଜର ସ୍ୱର ଶାଣିତ କରନ୍ତୁ: ସୌମ୍ୟ

ଓଡ଼ିଶାରେ ଯେଉଁ ଦୃଢ଼ ନେତୃତ୍ୱମାନେ ସୃଷ୍ଟି ହୋଇଛନ୍ତି ତାହାର ଆରମ୍ଭ କଲେଜ ସମୟରୁ ହିଁ ହୋଇଛି। ଦେଶର ଗଣତନ୍ତ୍ର ବ୍ୟବସ୍ଥା କଲେଜରୁ ହିଁ ସୁଦୃଢ଼ ହୁଏ। ତେଣୁ ଛାତ୍ରଛାତ୍ରୀମାନେ ଏହି ଦିନରୁ ହିଁ ନିଜର ସ୍ୱର ଶାଣିତ କରିବା ଆବଶ୍ୟକ।

fsfsfssff

ଭୁବନେଶ୍ୱର: ଓଡ଼ିଶାରେ ଯେଉଁ ଦୃଢ଼ ନେତୃତ୍ୱମାନେ ସୃଷ୍ଟି ହୋଇଛନ୍ତି ତାହାର ଆରମ୍ଭ କଲେଜ ସମୟରୁ ହିଁ ହୋଇଛି। ଦେଶର ଗଣତନ୍ତ୍ର ବ୍ୟବସ୍ଥା କଲେଜରୁ ହିଁ ସୁଦୃଢ଼ ହୁଏ। ତେଣୁ ଛାତ୍ରଛାତ୍ରୀମାନେ ଏହି ଦିନରୁ ହିଁ ନିଜର ସ୍ୱର ଶାଣିତ କରିବା ଆବଶ୍ୟକ। ସୁସମ୍ୱାଦ ଚାରିଟେବୁଲ ଟ୍ରଷ୍ଟ ଓ ଯୁବ ସଦନର ମିଳିତ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ‘ଯୁବ ସଦନ ୨.୦’ର ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନି‌ର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। ଏଥିସହିତ ଆଗାମୀ ଯୁବ ସଦନ ପରିଚାଳନାରେ ସେ ସହଯୋଗ କରିବେ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ସମାଜରେ ଘଟୁଥିବା ଦରବୃଦ୍ଧି, ନିଯୁକ୍ତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ମତ ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଅନ୍ୟାନ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସୁସମ୍ବାଦ ଚାରିଟେବୁଲ୍‌ ଟ୍ରଷ୍ଟର ପ୍ରତିଷ୍ଠାତା ମାୟାଧର ବେହେରା, ଯୁବ ସଦନର ସଦସ୍ୟ ଆକାଶ ପାଣ୍ଡେ, ଲକ୍ଷ୍ମୀଧର ଜେନା, ସୁମେସ ରଞ୍ଜନ ସେଠୀ, ଧୀରେନ କୁମାର ଧଳ, ମୃତ୍ୟୁଞ୍ଜୟ ଜେନା, ସନ୍ତୋଷ ପୃଷ୍ଟି, ସୀତେଶ ବିଶ୍ୱାଳ, ମନୋଜ ସ୍ୱାଇଁ, ପ୍ରଶାନ୍ତ କୁମାର ଦାସଙ୍କ ସମେତ ଓ ବହୁ କଲେଜର ଶିକ୍ଷକ ବିଚାରକ ଭାବେ ଯୋଗ ଦେଇ ଯୁବ ନେତୃତ୍ବ ଗଠନ କରି ସମାଜରେ ସକାରାତ୍ମକ ପରିବର୍ତନ ଆଣିବା ଏହି ସଦନର ଲକ୍ଷ୍ୟ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଶାସକ ଓ ବିରୋଧୀ ଦଳରେ ବିଭାଜିତ ହୋଇ ନିଜ ନିଜ ଦାବି ଓ ତଥ୍ୟ ଉପସ୍ଥାପନା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe