ରେଡିଓ ଚକଲେଟ୍‌ର ଅଭିନବ କାର୍ଯ୍ୟକ୍ରମ, ରେଡିଓରେ ପାଠପଢ଼ା

ରେଡିଓ ଚକଲେଟ୍‌ର ଅଭିନବ କାର୍ଯ୍ୟକ୍ରମ, ରେଡିଓରେ ପାଠପଢ଼ା

ଭୁବନେଶ୍ୱର: କରୋନା ମୁକାବିଲାକାଳୀନ ଲକଡାଉନ୍‌ ଯୋଗୁଁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ବନ୍ଦ ରହିବା ଦ୍ବାରା ପିଲାଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି। ପିଲାମାନେ ଘରେ ହିଁ ସମୟ ବିତାଉଛନ୍ତି। ଘରୋଇ ସ୍କୁଲମାନଙ୍କରେ ଯଦିବା ଅନ୍‌ଲାଇନ୍‌ ପାଠପଢ଼ାକୁ ଗୁରୁତ୍ୱ ଦିଆଯାଉଛି, ହେଲେ ଗାଁ ଗହଳିରେ ଗରିବ ପିଲାମାନଙ୍କର ପାଠପଢ଼ା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହି ପରିପ୍ରେକ୍ଷୀରେ ରେଡିଓ ଚକଲେଟ୍ ମନୋରଞ୍ଜନ ସହ ପାଠପଢ଼ାକୁ ଯୋଡ଼ି ଏକ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି। ଆର୍‌.ଜେ କୋମଲ ପରିବେଷଣ କରୁଥିବା ଏହି କାର୍ଯ୍ୟକ୍ରମଟି ହେଉଛି ‘ରେଡିଓରେ ପାଠପଢ଼ା’। ଏହି ଅବସରରେ ଗାଁ ଗହଳି ଓ ଅଙ୍ଗନବାଡ଼ି ଆଦିରେ କାର୍ଯ୍ୟ କରି ପାରଦର୍ଶିତା ଲାଭ କରିଥିବା ଅନୁଷ୍ଠାନ ‘ଥିଙ୍କ ଜୋନ୍‌’ ସରଳ, କୌତୁକିଆ ଏବଂ ବୟସ-ଉପଯୋଗୀ ତଥା ଦକ୍ଷତା ବିକାଶରେ ସହାୟକ ହେଲା ପରି ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ରେଡିଓ ଚକଲେଟ୍ ଓ ଥିଙ୍କ ଜୋନ୍‌ର ପ୍ରୟାସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩ ରୁ ୧୦ବର୍ଷ ପିଲାଙ୍କ ପାଇଁ ଉଦ୍ଦିଷ୍ଟ। ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମ୍, ଧୁମ୍‌ ମିଠାରେ ସୋମବାରରୁ ଶନିବାର ଯାଏ ପ୍ରତିଦିନ ଅପରାହ୍‌ଣ ୪ଟାରୁ ଏହି କାର୍ଯ୍ୟକ୍ରମ ଶୁଣି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe