୩ଟି ଭାଷାରେ ଲିଖିତ ‘ସ୍ତୁତି ଚିନ୍ତାମଣି’ ଲୋକାର୍ପିତ

Advertisment
୩ଟି ଭାଷାରେ ଲିଖିତ ‘ସ୍ତୁତି ଚିନ୍ତାମଣି’ ଲୋକାର୍ପିତ

ଭୁବନେଶ୍ବର: ସନ୍ଥକବି ଭୀମ ଭୋଇଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’ ଆଜି ରାଜଭବନରେ ଲୋକାର୍ପିତ ହୋଇଯାଇଛି। ଏହି ପୁସ୍ତକରେ, ମୂଳ ଲେଖା ଓଡ଼ିଆ ସମେତ ଇଂରାଜୀ ଓ ହିନ୍ଦୀ ଅନୁବାଦ ସ୍ଥାନିତ ହୋଇଛି। ନାରାୟଣ ପ୍ରଧାନ ଏହାର ଇଂରାଜୀ ଅନୁବାଦ ଓ ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍‌ଗାତା ହିନ୍ଦୀ ଅନୁବାଦ କରିଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଲୋକର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଡ. ବିଜୟ କୁମାର ସ୍ୱାଇଁ, ପ୍ରଫେସର ଡ. ପ୍ରଭାସ ଚନ୍ଦ୍ର ସିଂହ, ପ୍ରଫେସର ଡ. ପ୍ରମିଳା ଦେବୀ, ଡ. ନିବେଦିତା ଦାସ, ଡ. ରକ୍ଷକ ନାୟକ ଓ ଡ. ସନତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe