ଭୁବନେଶ୍ବର ଆମ୍ରି ହସ୍ପିଟାଲର ସଫଳତା

Advertisment

୭୦୦ ଗ୍ରାମ୍ ଅପରିପକ୍ବ ନବଜାତ ଶିଶୁକୁ ମିଳିଲା ନୂଆ ଜୀବନ

୭୦୦ ଗ୍ରାମ୍ ଅପରିପକ୍ବ ନବଜାତ ଶିଶୁକୁ ମିଳିଲା ନୂଆ ଜୀବନ

ଭୁବନେଶ୍ବର ଆମ୍ରି ହସ୍ପିଟାଲର ସଫଳତା

Credihealth

ଭୁବନେଶ୍ବର: ଜଣେ ୭୦୦ ଗ୍ରାମ୍ ଅପରିପକ୍ବ ନବଜାତ ଶିଶୁର ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି ଭୁବନେଶ୍ବର ଆମ୍ରି ହସ୍ପିଟାଲ୍ସର ଏନ୍ଆଇସିୟୁ ଟିମ୍। ଗତ ଜୁନ୍ ମାସରେ ଗର୍ଭାବସ୍ଥାର ୨୫ ସପ୍ତାହରେ ପୁରୀର ଜଣେ ମହିଳା ବାଳିକା ଶିଶୁ ପ୍ରସବ କରିଥିଲେ। ନିର୍ଧାରିତ ସମୟର ବହୁ ପୂର୍ବରୁ ଶିଶୁର ପ୍ରସବ ହେବା ପରେ ସନ୍ତାନଟିକୁ ବଂଚାଇବା ପାଇଁ ଆମ୍ରି ହସ୍ପିଟାଲ୍ ଶିଶୁ ଓ ନିଓନାଟୋଲୋଜି ବିଭାଗ ସହ ଯୋଗାଯୋଗ କରିଥିଲେ। ଆମ୍ରି ହସ୍ପିଟାଲ୍ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ, ଡାକ୍ତର ମୋନିକା ଗୁପ୍ତା ଓ ଏନ୍ଆଇସିୟୁ ଟିମ୍ ଶିଶୁର ଚିକିତ୍ସା କରିବା ସହ ଯତ୍ନ ନେଇଥିଲେ। ‘ଶିଶୁଟି ବହୁ ଛୋଟ ଥିଲା ଓ ଆଗୁଆ ପ୍ରସବ କାରଣରୁ ଅନେକ ଜଟିଳତା ଥିଲା।

ଚିକିତ୍ସା ସମୟରେ ଅନେକ ଅସୁବିଧା ଲାଗି ରହିଥିଲା। ୧ମାସ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା ସମସ୍ତ ଡାକ୍ତର ଓ ନର୍ସଙ୍କ ଉଦ୍ୟମ ପରେ ଶିଶୁର ଜୀବନକୁ ରକ୍ଷା କରାଯାଇପାରିଥିଲା। ପିତାମାତାଙ୍କ ସହ ଖୁସିରେ ତାକୁ ଘରକୁ ପଠାଇ ପାରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ ବୋଲି ଶିଶୁର ଚିକିତ୍ସା କରିଥିବା ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନ, ଡାକ୍ତର ମୋନିକା ଗୁପ୍ତା, ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ବରର ଉପ ସଭାପତି ଓ ୟୁନିଟ୍ ମୁଖ୍ୟ ମିସ୍ ନିଲଞ୍ଜନା ମୁଖାର୍ଜୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe