ଜେଇଇ ମେନ୍‌ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା

Advertisment
ଜେଇଇ ମେନ୍‌ରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ନ୍ୟାସନାଲ୍ ଟେଷ୍ଟି ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ଅନୁଷ୍ଠିତ ଜେଇଇ ମେନ୍ ସେସନ୍‌-୧ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏଥିରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ୮ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍‌ ଉପରେ ରହିଛନ୍ତି। ଏଥିସହ ୧୦ଜଣ ୯୮ ପର୍ସେଣ୍ଟାଇଲ୍‌ରୁ ଅଧିକ, ୧୩ଜଣ ୯୫ ପର୍ସେଣ୍ଟାଇଲ୍‌ ଉପରେ, ୧୬ ଜଣ ୯୦ ପର୍ସେଣ୍ଟାଇଲ୍‌ ଉପରେ ରହି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍କୁଲ୍‌ ପାଇଁ ଗୌରବ ଆଣିଛନ୍ତି।

ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାତ୍ୱିକ ପଟ୍ଟନାୟକ ୯୯.୯୭ ସ୍କୋର ଅକ୍ତିଆର କରି ସ୍କୁଲ ଟପ୍ପର ହୋଇଛନ୍ତି। ଅତୀଶ କୁମାର ସାହୁ ୯୯.୮୪ ସ୍କୋର ରଖିଥିବା ବେଳେ ଅଭିପ୍ସା ସ୍ୱାଇଁ ୯୯.୮ ସ୍କୋର ରଖିଛନ୍ତି। ସାଇ ଇଣ୍ଟରନ୍ୟାସନାଲ ଆବାସିକ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟ ଜେଇଇ ମେନ୍‌ରେ ସଫଳତା ହାସଲ କରିଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଏଥିସହ କରୋନା ସମୟରେ ଅନଲାଇନ୍ କ୍ଲାସ ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱରେ ବେଶ୍ ସହାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe