ଜେଇଇ ଆଡ୍‌ଭାନ୍ସଡ୍‌ରେ ‘ବିଦ୍ବାନ କ୍ଲାସେସ୍‌’ର ସଫଳତା

Advertisment
ଜେଇଇ ଆଡ୍‌ଭାନ୍ସଡ୍‌ରେ ‘ବିଦ୍ବାନ କ୍ଲାସେସ୍‌’ର ସଫଳତା

ଭୁବନେଶ୍ବର: ଆଇଆଇଟି ଜେଇଇ ଆଡ୍‌ଭାନ୍ସଡ୍ ପରୀକ୍ଷା ୨୦୨୨ରେ ବିଦ୍ବାନ କ୍ଲାସେସ୍‌ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଦ୍ବାନର ଛାତ୍ର ଦିବ୍ୟାଂଶୁ ମାଲୁ ସର୍ବଭାରତୀୟ ସ୍ତରରେ ୧୧ତମ ରୢାଙ୍କ ହାସଲ କରିଛନ୍ତି। ଦିବ୍ୟାଂଶୁ କହିଛନ୍ତି ଯେ ମୁଁ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଥିଲି ଓ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମକୁ ଗୁରୁତ୍ବ ଦେଇଥିଲି।

ବିଦ୍ବାନର ପରୀକ୍ଷା ପ୍ରସ୍ତୁତି ପାଠ୍ୟ ଉପକରଣ ମୋ ପାଇଁ ବିଶେଷ ସହାୟକ ହୋଇଥିଲା। ଅନ୍ୟତମ ସଫଳ ଛାତ୍ର ଦୀପ୍ତାଂଶୁ ମାଲୁ ସର୍ବଭାରତୀୟ ସ୍ତରରେ ୨୨୮ ରୢାଙ୍କ ହାସଲ କରିଛନ୍ତି। ପରୀକ୍ଷା ପ୍ରସ୍ତୁତିରେ ବିଦ୍ବାନ କ୍ଲାସେସ ମୋ‌ତେ ବିଶେଷ ସହାୟକ ହୋଇଥିଲା ବୋଲି ସେ କହିଛନ୍ତି। ବିଦ୍ବାନ କ୍ଲାସେସ୍‌ର ଅଧ୍ୟକ୍ଷ ଜ୍ୟୋତି ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଏହି ଫଳାଫଳ ହେଉଛି ବିଦ୍ବାନ ଟିମ୍‌ର ସମର୍ପିତ ମନୋଭାବ ଓ ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମର ଫଳ। ସଫଳତା ପାଇଥିବା ଆମ ଛାତ୍ରଛାତ୍ରୀମାନେ ଭବିଷ୍ୟତର ଆଇଆଇଟି ଆଶାୟୀଙ୍କ ପାଇଁ ପ୍ରେରଣା। ବିଦ୍ବାନ କ୍ଲାସେସ୍‌ ଛାତ୍ରଛାତ୍ରୀମାନଙ୍କୁ କେଭିପିୱାଇ, ଅଲିମ୍ପିଆଡ୍‌, ଏନଟିଏସଇ ଓ ନିଟ୍ ଭଳି ଜାତୀୟ ସ୍ତର‌ର ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷା ଲାଗି ମଧ୍ୟ ପ୍ରସ୍ତୁତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe