ଭୁବନେଶ୍ବର ସାଇବର୍ ସେଲ୍‌କୁ ସଫଳତା

Advertisment
ଭୁବନେଶ୍ବର ସାଇବର୍ ସେଲ୍‌କୁ ସଫଳତା

ଭୁବନେଶ୍ବର : ଲକ୍‌ଡାଉନ୍‌ର ସୁଯୋଗ ନେଇ ବହୁ ଜାଲ୍ ସଂସ୍ଥା ଲୋକଙ୍କ ଟଙ୍କାକୁ ସେୟାର୍ ମାର୍କେଟ୍‌ରେ ଲଗାଇବେ କହି ଲୁଟ୍ କରିଥିବା ଅଭିଯୋଗ ଆସିଛି। ଏଭଳି ଏକ ଅଭିଯୋଗ କରିଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଶ୍ବରଂଜନ ବିଶ୍ବାଳ ଆଜି ତାଙ୍କ ଟଙ୍କା ଫେରିପାଇଛନ୍ତି।

ଗତ ସପ୍ତାହରେ ବିଶ୍ବରଂଜନ ଇଣ୍ଟରନେଟ୍‌ରୁ ଖୋଜି ଏକ ବେନାମୀ ସଂସ୍ଥା ଜରିଆରେ ସେୟାର୍ ମାର୍କେଟ୍‌ରେ ଟଙ୍କା ବିନିଯୋଗ କରିଥିଲେ। ପ୍ରଥମେ ଉକ୍ତ ଜାଲି ସଂସ୍ଥା ବିଶ୍ବରଂଜନଙ୍କ ଠାରୁ ପ୍ରାୟ ୪ଲକ୍ଷରୁ ଅଧିକ ଟଙ୍କା ନେବା ପରେ ପୁଣି ୧୬ଲକ୍ଷ ଟଙ୍କା ଦାବି କରିଥିଲା। ତେବେ ବିଶ୍ବ ଏହାକୁ ତଦନ୍ତ କରିବା ପରେ ସଂସ୍ଥାର ଜାଲିଆତି ବିଷୟରେ ଜାଣି ଭୁବନେଶ୍ବର ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ। ପ୍ରାୟ ୫ଦିନ ଘଟଣାର ଖୋଳତାଡ଼ କରିବା ପରେ ଭୁବନେଶ୍ବର ସେଲ୍ ସାଇବର ଠକ ନେଇଥିବା ପ୍ରାୟ ୪ଲକ୍ଷ ୩୦ହଜାର ଟଙ୍କା ଫେରିପାଇଥିଲା। ତେବେ ଏହାକୁ ନେଇ ବିଶ୍ବରଂଜନ ଏକ ଭିଡିଓ ମାଧ୍ୟମରେ ଭୁବନେଶ୍ବର ସାଇବର ସେଲ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe