ଭୁବନେଶ୍ୱର : ‘ମୋ ସ୍କୁଲ୍’ ଅଭିଯାନକୁ ବଡ଼ଧରଣର ସଫଳତା ମିଳିଛି। ଅବସରପ୍ରାପ୍ତ ଓଡ଼ିଶା ପ୍ରାଶାସନିକ ସେବା ଅଧିକାରୀ ହରିହର ପଣ୍ଡା କଟକସ୍ଥିତ ଓଡ଼ିଶା ପୁଲିସ ହାଇସ୍କୁଲ୍ର ଭିତ୍ତିଭୂମି ବିକାଶ ଓ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ଆଜି ପର୍ଯ୍ୟନ୍ତ ମୋ ସ୍କୁଲ୍ ଅଭିଯାନରେ ବ୍ୟକ୍ତିଗତ ଭାବେ ଯେଉଁମାନେ ଅର୍ଥ ପ୍ରଦାନ କରିଛନ୍ତି, ସେମାନଙ୍କ ମଧ୍ୟରେ ଶ୍ରୀ ପଣ୍ଡାଙ୍କ ଅବଦାନ ସର୍ବାଧିକ ବୋଲି ଜଣାପଡ଼ିଛି। ତୋଷାଳି ଭବନସ୍ଥିତ ‘ମୋ ସ୍କୁଲ୍’ ଅଭିଯାନ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଶ୍ରୀ ପଣ୍ଡା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ‘ମୋ ସ୍କୁଲ୍’ର ସଦସ୍ୟ ସଚିବ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ‘ମୋ ସ୍କୁଲ୍’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ, ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା, ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ତଥା ଓଏସ୍ଡି ପ୍ରତିଭା ଦୋରା, ପ୍ରକଳ୍ପ ଅଧିକାରୀ ହିଂମାଶୁ ଭୂଷଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ।
‘ମୋ ସ୍କୁଲ୍’ ଅଭିଯାନକୁ ସଫଳତା: ଅବସରପାପ୍ତ ପ୍ରଶାସକ ହରିହର ପଣ୍ଡା ଦେଲେ ୨୫ ଲକ୍ଷ
Advertisment
Follow Us