ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତା: ୧୬ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍‌ରୁ ଅଧିକ

Advertisment
ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତା: ୧୬ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍‌ରୁ ଅଧିକ

ଚନ୍ଦ୍ରଶେଖରପୁର: ଆଇଆଇଟି ସମେତ ଦେଶର ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ମେନ୍ ସେସନ୍‌-୧ ଫଳ ପ୍ରକାଶ ପାଇଛି। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ର ଅମୃତାଂଶୁ ମହାନ୍ତି ୯୯.୯୭ ସ୍କୋର ଅକ୍ତିଆର କରିଛନ୍ତି। ଅମୃତାଂଶୁ ପଦାର୍ଥ ବିଜ୍ଞାନରେ ୯୯.୭୬, ରସାୟନ ବିଜ୍ଞାନରେ ୯୯.୯୬ ଓ ଗଣିତରେ ୯୯.୯୪ ପର୍ସେଣ୍ଟାଇଲ୍‌ ରଖିଛନ୍ତି। ସେହିପରି ବିଦ୍ୟାଳୟର ପ୍ରିୟଙ୍କା ସର୍ ୯୯.୯୪, ସଙ୍କେତ ଦାସ ୯୯.୯୧, ଦେବାଶିଷ ପଟ୍ଟନାୟକ ୯୯.୮୯, ସ୍ନେହିଲ୍ ସଂଯୋଗ ୯୯.୮୩, ସଙ୍କେତ ରାଉତ ୯୯.୮୦ ପର୍ସେଣ୍ଟାଇଲ୍ ରଖିଛନ୍ତି। ୧୬ଜଣ ଛାତ୍ରଛାତ୍ରୀ ୯୯ ପର୍ସେଣ୍ଟାଇଲ୍‌ରୁ ଅଧିକ ରଖିଥିବା ବେଳେ ୨୪ଜଣ ୯୫ ପର୍ସେଣ୍ଟାଇଲ୍‌ରୁ ଅଧିକ ଏବଂ ୩୧ଜଣ ୯୦ ପର୍ସେଣ୍ଟାଇଲ୍‌ରୁ ଅଧିକ ରଖିଛନ୍ତି। ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଅମୃତାଂଶୁ ଓ ଜେଇଇ ମେନ୍‌ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସଫଳତା ନେଇ ଅମୃତାଂଶୁ କହିଛନ୍ତି ଯେ ୯୯.୯୭ ସ୍କୋର୍‌ କରିଥିବାରୁ ମୁଁ ବହୁତ ଖୁସି। ରାଜ୍ୟରେ ଟପର୍‌ ହୋଇଥିବି ବୋଲି ମୋର ବିଶ୍ବାସ। ପରୀକ୍ଷା ପାଇଁ ପ୍ରତିଦିନ ପାଖାପାଖି ୧୦ ଘଣ୍ଟା ଅଧ୍ୟୟନ କରୁଥିଲି। ଶିକ୍ଷକଙ୍କ ସହଯୋଗ ଓ ପିତାମାତାଙ୍କ ପ୍ରେରଣା ପାଇଁ ଏହି ସଫଳତା ମିଳିଛି। ଦିଲ୍ଲୀ କିମ୍ବା ବମ୍ବେ ଆଇଆଇଟିରେ ଅଧ୍ୟୟନ କରିବାକୁ ଲକ୍ଷ୍ୟ ରଖିଛି। ବହି ପଢ଼ିବା, ଲେଖିବା ସହ ଚେସ୍ ଖେଳିବାରେ ରୁଚି ରହିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe