ଡିଏଭି ଚନ୍ଦ୍ରଶେଖରପୁର ଛାତ୍ରଛାତ୍ରୀଙ୍କ ସଫଳତା

ଡିଏଭି ଚନ୍ଦ୍ରଶେଖରପୁର ଛାତ୍ରଛାତ୍ରୀଙ୍କ ସଫଳତା

The Learning Point

ଚନ୍ଦ୍ରଶେଖରପୁର: ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚାଳିତ ଜେଇଇ(ମେନ୍‍) ସେସନ୍‍-୧ରେ ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ୮୬ଜଣ ଛାତ୍ରଛାତ୍ରୀ ୯୦ରୁ ଅଧିକ ପର୍ସେଣ୍ଟାଇଲ୍‍ ରଖି କୃତକାର୍ଯ୍ୟ ହୋଇଛି। ଶରଣ୍ୟ ବୈଦ୍ୟ ୯୯.୮୮ ରଖିଥିବା ବେଳେ ଶୁଭମ୍‍ ଅଗ୍ରୱାଲ୍‍ ୯୯.୭୯, ଦେବାଶିଷ ପାଢ଼ୀ ୯୯.୬୫ ପର୍ସେଣ୍ଟାଇଲ୍‍ ସହ ବିଦ୍ୟାଳୟରେ ପ୍ରଥମ ୩ଟି ସ୍ଥାନ ହାସଲ କରିଛନ୍ତି। ୧୩ଜଣ ୯୯ରୁ ଅଧିକ, ୨୬ ଜଣ ୯୮ରୁ ଅଧିକ, ୩୯ଜଣ ୯୭ରୁ ଅଧିକ, ୪୭ ଜଣ ୯୬ରୁ ଅଧିକ ଓ ୫୯ଜଣ ୯୫ରୁ ଊର୍ଦ୍ଧ୍ୱ ପର୍ସେଣ୍ଟାଇଲ୍‍ ରଖି କୃତକାର୍ଯ୍ୟ ହୋଇଛନ୍ତି।

ବିଦ୍ୟାଳୟ ଦ୍ୱାରା ସ୍ୱତନ୍ତ୍ର ଭାବେ ପରିଚାଳିତ ସୁପର-୪୦(ଇଞ୍ଜିନିୟରିଂ ୱିଙ୍ଗ)ରୁ ୩୪ଜଣ ଓ ପ୍ରାଇମ୍‍-୪୦(ମେଡିକାଲ୍‌ ୱିଙ୍ଗ)ରୁ ୩୩ଜଣ କୃତୀ ତାଲିକାର ଶୀର୍ଷ ସ୍ଥାନ ମଣ୍ଡନ କରିଛନ୍ତି। ସୁପର-୪୦ରୁ ୧୦ ଜଣ ୯୯ ପର୍ସେଣ୍ଟାଇଲ୍‍ରୁ ଅଧିକ ଓ ୨୩ଜଣ ୯୫ ପର୍ସେଣ୍ଟାଇଲ୍‍ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି। ପ୍ରାଇମ୍‍-୪୦ରୁ ଦୁଇଜଣ ୯୯ ପର୍ସେଣ୍ଟାଇଲ୍‍ରୁ ଅଧିକ ଓ ୧୩ଜଣ ୯୫ ପର୍ସେଣ୍ଟାଇଲ୍‍ରୁ ଊର୍ଦ୍ଧ୍ୱ ସ୍କୋର କରିଥିବାରୁ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe