ଚନ୍ଦ୍ରଶେଖରପୁର : କୌଣସି କାରଣରୁ ଆଜି ସକାଳେ ପଟିଆ ଛକରେ ଏକ ଡିଜେଲ୍ ଚାଳିତ ଅଟୋ ରାସ୍ତା ମଝିରେ ହଠାତ୍ ଜଳି ଯାଇଥିଲା। ଅଟୋର ଇଂଜିନ୍ରୁ ହଠାତ ଧୂଆଁ ବାହାରିବା ଫଳରେ ଚାଳକ ଜଣଙ୍କ ବାହାରକୁ ବାହାରି ଆସିବା ସହ ଅଟୋରେ ବସିଥିବା ଦୁଇଜଣ ଯାତ୍ରୀଙ୍କୁ ମଧ୍ୟ ବାହାରକୁ ଆଣିଥିଲେ। ତେବେ ଅଟୋରେ କୌଣସି ଯାନ୍ତ୍ରିକ ତ୍ରୁଟିରୁ ଏପରି ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। କୌଣସି ବଡ଼ ଦୁର୍ଘଟଣା ହେବା ପୂର୍ବରୁ ନିକଟରେ ଥିବା ଏକ ସିଏନ୍ଜି ଚାଳିତ ଅଟୋ ଚାଳକ ନିଜ ଅଟୋରେ ଥିବା ନିଆଁ ଲିଭା ଗ୍ୟାସ୍ ଦ୍ୱାରା ନିଆଁକୁ ଲିଭାଇଥିଲେ।
ରାସ୍ତା ମଝିରେ ଜଳିଲା ଅଟୋ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
Advertisment
Follow Us