ପୁରୁଣା ଭୁବନେଶ୍ୱର,: ଶ୍ରୀଲିଙ୍ଗରାଜ ଥାନା ଅଧୀନ ନାଗେଶ୍ୱରଟାଙ୍ଗୀରେ ରହୁଥିବା ଜଣେ ଆଲବମ୍ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ କୌଶଲ୍ୟା ମଲ୍ଲିକ (୨୦)। ଘର ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ହଟିଆଗଣ୍ଡ ଗ୍ରାମରେ। ତେବେ କୌଶଲ୍ୟାଙ୍କ ଏପରି ଚରମ ପଦକ୍ଷେପ ପଛର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ କୌଶଲ୍ୟାଙ୍କ ମୋବାଇଲ୍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, କୌଶଲ୍ୟା ନାଗେଶ୍ୱରଟାଙ୍ଗୀ ପ୍ଲଟ୍ ନଂ୪୯୪ରେ ରହୁଥିଲେ। ଆଜି କୌଶଲ୍ୟାଙ୍କ ଜଣେ ସାଙ୍ଗ ତାଙ୍କ ଘରକୁ ଆସିଥିବା ବେଳେ ସେ ଘର କବାଟ ନ ଖୋଲିବାରୁ ଏହି ଘଟଣା ପଦାକୁ ଆସିଥିଲା। ପଡ଼ୋଶୀ ଏ ସଂପର୍କରେ ତାଙ୍କ ସ୍ୱାମୀ ଓ ପୁଲିସକୁ ଖବର ଦେଇଥିଲେ। କୌଶଲ୍ୟା ଗତବର୍ଷ ଡିସେମ୍ବର ୧୭ ତାରିଖରେ ବାଲେଶ୍ୱରର ଲକ୍ଷ୍ମୀନାରାୟଣ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ଲକ୍ଷ୍ମୀନାରାୟଣଙ୍କ ଘରଲୋକେ ଏହି ବିବାହକୁ ସ୍ୱୀକୃତି ଦେଇ ନଥିଲେ କି କୌଶଲ୍ୟାଙ୍କୁ ଘରେ ପୂରାଉ ନଥିଲେ। ଲକ୍ଷ୍ମୀନାରାୟଣ ପ୍ରତି ରବିବାର ଆସି ମଙ୍ଗଳବାର ବାଲେଶ୍ୱର ଫେରି ଯାଉଥିଲେ। ତେବେ ଗତ ରବିବାର ଲକ୍ଷ୍ମୀନାରାୟଣ ନ ଆସିବାରୁ ଏନେଇ ଫୋନ୍ରେ ପତି-ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏନେଇ କୌଶଲ୍ୟା ବିଷାଦଗ୍ରସ୍ତ ରହୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us