କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

image source-patrika

ଭୁବନେଶ୍ବର: ଆଜି ସକାଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଯୁବତୀ (କର୍ମଚାରୀ) ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା। ଏବେ ‌ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ପ୍ରେମ ବ୍ୟାପାରକୁ ନେଇ ଯୁବତୀ ଜଣକ ଏଭଳି କାଣ୍ଡ ଭିଆଇଥିବା ହସ୍ପିଟାଲ୍‌ରେ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ସମ୍ପୃକ୍ତ ଯୁବତୀ ଜଣକ ହସ୍ପିଟାଲ୍‌ ପାଖରେ ଥିବା ଏକ ଘରେ ଏଭଳି ଉଦ୍ୟମ କରିଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲ୍‌କୁ ଅଣାଯାଇଥିଲା। ଘଟଣାକୁ ଯଥା ସମ୍ଭବ ଚପାଇ ଦେବା ପାଇଁ ହସ୍ପିଟାଲ୍‌ ତରଫରୁ ଉଦ୍ୟମ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ହସ୍ପିଟାଲ୍‌ର ଜଣେ ଷ୍ଟାଫ ନର୍ସଙ୍କୁ ବି ବ୍ଲାକ୍‌ମେଲିଂର ଅଭିଯୋଗ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ସେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରୁ ଇସ୍ତଫା ଦେଇ ଅନ୍ୟତ୍ର ପଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe