ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଧମକ

Advertisment
ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଧମକ

ଭୁବନେଶ୍ୱର : ଯଦି ମୁଖ୍ୟମନ୍ତ୍ରୀ ମୋ କଥା ନ ବୁଝିବେ, ମୁଁ ପରିବାର ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଦେବି। ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ଏମିତି କାନ୍ଦି କାନ୍ଦି ନିଜର ଦୁଃଖ ଜଣାଇଥିଲେ ଖୋର୍ଧା ଜିଲ୍ଲା, ନନ୍ଦପୁର ଗାଁର ଲକ୍ଷ୍ମଣ ରଣସିଂହଙ୍କ ଝିଅ ସଂଧ୍ୟା। ଗୋଟେ ପଟେ ଭିନ୍ନକ୍ଷମ ବାପା ଅନ୍ୟପଟେ ଭାଇ ଶିଶିରଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବାର ଦୁଃଖ। ଆଉ ଏହାସାଙ୍ଗକୁ ଦାରିଦ୍ର୍ୟତା। ପୁଣି ବାହାଘର ଦୁଇ ମାସ ନ ପୂରୁଣୁ ଯୌତୁକ ପାଇଁ ନିର୍ଯାତନା। ଏପରି ଦୁଃଖରେ ଥିବା ସନ୍ଧ୍ୟାଙ୍କ ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ। ତେଣୁ ସେ ଅଫିସ୍‌ରୁ ଅଫିସ୍‌ ବୁଲି ଚାଲିଛନ୍ତି।

ସଂଧ୍ୟାଙ୍କ କହିବାନୁଯାୟୀ, ଦୁଇମାସ ତଳେ ସେ ଇଟାମଙ୍ଗୁଳି, ଝାଡ଼େଶ୍ୱରପୁରର ଗଣେଶ ଚନ୍ଦ୍ର ମହାନ୍ତିଙ୍କ ସହ ବିବାହ କରିଥିଲେ। ବାହାଘରର କିଛି ଦିନ ପରେ ଗଣେଶଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିବା ସଂଧ୍ୟା ଜାଣିବାକୁ ପାଇଥିଲେ। ସେଇ କାରଣରୁ ଗଣେଶ ସଂଧ୍ୟାଙ୍କୁ ବାରମ୍ବାର ମାରପିଟ୍‌ କରି ଚାଲିଥଲେ। ଅତ୍ୟାଚାର ସହି ନ ପାରି ସଂଧ୍ୟା ପ୍ରଥମେ ଖୋର୍ଧା ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନାରେ ସଂଧ୍ୟାଙ୍କ ଅଭିଯୋଗକୁ କେହି ନ ବୁଝିବାରୁ ସେ ଅସହାୟ ହୋଇ ବାପା ଘରକୁ ଚାଲିଆସିଲେ। ହେଲେ ଏତିକିରେ ଅଟକି ନଥିଲେ ସନ୍ଧ୍ୟା। ନ୍ୟାୟ ପାଇଁ ସେ ଭୁବନେଶ୍ୱରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଅଭିଯୋଗ କରିଥିଲେ। କିନ୍ତୁ ଏଠାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣିନଥିଲେ। ଯଦି ତାଙ୍କୁ ନ୍ୟାୟ ନମିଳେ, ପରିବାରଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସେ ଆତ୍ମାହୁତି ଦେବେ ବୋଲି ସନ୍ଧ୍ୟା ଧମକ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe