‌ପ୍ରେମରେ ବିଫଳ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା

Advertisment

ବୟସରେ ସାନ ଯୁବକକୁ ପ୍ରେମ କରୁଥିଲେ

ବୟସରେ ସାନ ଯୁବକକୁ ପ୍ରେମ କରୁଥିଲେ

ବେକରେ ଓଢ଼ଣି ବାନ୍ଧି ଯୁବତୀଙ୍କ ଆତ୍ମହତ୍ୟା

Representative image

ବିବାହ ପାଇଁ ରାଜି ନ ହେବାରୁ ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଲେ
ଥାନାରେ ମାମଲା, ପୁଲିସର ତନାଘନା

ଭୁବନେଶ୍ବର : ପ୍ରେମ ମାନେ ନାହିଁ ବୟସ। ଥରେ ପାଦ ଦେଲେ ଆଉ ପଛକୁ ଫେରି ହୁଏନା। କିନ୍ତୁ ବେଳେବେଳେ ଏମିତି ସମସ୍ୟା ଆସେ, ଯାହାକୁ ସମସ୍ତେ ସାମ୍ନା କରିପାରନ୍ତି ନାହିଁ। ପ୍ରତିକୂଳ ପରିସ୍ଥିତି ଆଗରେ ହାର ମାନି ଆତ୍ମହତ୍ୟା ଭଳି ଚରମ ପଦେକ୍ଷପ ନେଇଯାଆନ୍ତି। ଆଜି ରାଜଧାନୀରେ ଏମିତି ଏକ ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଯୁବତୀଜଣଙ୍କ ନିଜ ବୟସଠାରୁ ସାନ ଜଣେ ଯୁବକକୁ ପ୍ରେମ କରୁଥିଲେ। ବିବାହ କରିବାକୁ ଚାହୁଥିଲେ। ପରିବାରଲୋକେ କାଳେ ରାଜି ନ ହେବେ, ସେଥିପାଇଁ ଉଭୟ ଘରୁ ପଳାଇବା ବେଳେ ପରିବାରଲୋକଙ୍କ ହାତରେ ଧରା ପଡ଼ିଗଲେ। ଆଶଙ୍କା ସତ ହେଲା, ବିବାହ ପାଇଁ ପୁଅର ପରିବାର ରାଜି ହେଲେ ନାହିଁ। ତେଣୁ ଏଥିରେ ହତାଶ ହୋଇ ବେକରେ ଓଢ଼ଣୀ ଲଗାଇ ଝୁଲି ପଡ଼ିଲେ ଯୁବତୀ। ଘଟଣା ଘଟିଛି ସହିଦନଗର ତେଲୁଗୁ ବସ୍ତିରେ। ମୃତ ଯୁବତୀ ହେଲେ ଏନ୍. ପୂଜା ପ୍ରଧାନ(୨୦)। ସମ୍ପୃକ୍ତ ଯୁବକ ଓ ତା’ ପରିବାରଲୋକଙ୍କ ପାଇଁ ପୂଜା ଆତ୍ମହତ୍ୟା କଲେ ବୋଲି ପରିବାରଲୋକ ଅଭିଯୋଗ ଆଣିବା ପରେ ସହିଦନଗର ଥାନା ପୁଲିସ ମାମଲା ରୁଜୁ କରିଛି। ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଆଇପିସି ଦଫା-୩୦୬ରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୁଲିସ ସୂଚନା ଅନୁସାରେ, ପୂଜାଙ୍କ ଘର ତେଲୁଗୁ ବସ୍ତିରେ। ସେ ପ୍ରେମ କରୁଥିବା ଯୁବକ ତାଙ୍କ ଘର ନିକଟରେ ରହୁଛି। ଗତକାଲି ଅପରାହ୍‌ଣରେ ଉଭୟ ଘରୁ ପଳାଉଥିବା ସମୟରେ ପୂଜାଙ୍କ ଭଉଣୀ ଦେଖି ପରିବାରଲୋକଙ୍କୁ ଜଣାଇଥିଲେ। ପରିବାରଲୋକ ଉଭୟଙ୍କୁ ଧରିଥିଲେ। ପୂଜାଙ୍କୁ ଘରେ ରଖିଥିବା ବେଳେ ସମ୍ପୃକ୍ତ ଯୁବକ ନିଜ ଘରକୁ ଯାଇଥିଲା। ସନ୍ଧ୍ୟାରେ ପୂଜାଙ୍କ ପରିବାର ଲୋକ ପିଲା ଘରକୁ ଯାଇଥିଲେ। ସେମାନେ ଝିଅକୁ ତାଙ୍କ ପୁଅ ସହ ବିବାହ କରିବାକୁ ଚାହୁଛନ୍ତି ବୋଲି କହିଥିଲେ। କିନ୍ତୁ ସମ୍ପୃକ୍ତ ପୁଅ ପ୍ରେମ କରୁ ନଥିବା ଓ ବୟସରେ ସାନ ହୋଇଥିବାରୁ ପରିବାରଲୋକ ବିବାହରେ ରାଜି ନ ଥିବା ଉତ୍ତର ଦେଇଥିଲେ।

ପୂଜାଙ୍କ ପରିବାରଲୋକ ଘରକୁ ଫେରି ଆସି ଖାଇ ସାରି ରାତିରେ ଶୋଇଥିଲେ। ଗୁରୁବାର ସକାଳୁ ତାଙ୍କ ବାପା ଓ ମା’ ବାହରକୁ ଯାଇଥିଲେ। ସାନ ଭଉଣୀ ସହ ପୂଜା ଗୋଟିଏ ଘରେ ଶୋଇଥିଲେ। ସେହି ସମୟରେ ପୂଜା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିଲେ। ସମ୍ପୃକ୍ତ ଯୁବକ ନାବାଳକ କି ସାବାଳକ, ତାହା ଜାଣିବା ଲାଗି ଆସନ୍ତାକାଲି ପୁଲିସ ତାଙ୍କର ଓସିଫିକେସନ୍ ଟେଷ୍ଟ କରାଇବ। ସେହିପରି ପରିବାରଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe