ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ମହୁଖଣ୍ଡା ଗ୍ରାମର କାଶୀନାଥ ମାଣିକଙ୍କ ପୁଅ ଅମୂଲ୍ୟ ମାଣିକ(୨୬) ଶୋଇବା ଘର ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବାଲିପାଟଣା ଥାନା ପୁଲିସ ଶବ ଜବତ କରି ଅପରାହ୍ଣରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଅମୂଲ୍ୟଙ୍କ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ତେବେ ପାରିବାରିକ କଳହ କିମ୍ବା ପ୍ରେମଜନିତ କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି। ଏନେଇ ବାଲିପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅମୂଲ୍ୟଙ୍କ ବାପା କାଶୀନାଥଙ୍କ କହିବା ଅନୁଯାୟୀ ଆଜି ପୂର୍ବାହ୍ଣ ୧୧ଟାରେ ଅମୂଲ୍ୟ ନିଜ ଶୋଇବା ଘର ଫ୍ୟାନ୍ରେ ଝୁଲିପଡ଼ିଥିବା ଦେଖି ପଡ଼ୋଶୀମାନଙ୍କ ଉପସ୍ଥିତିରେ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଫ୍ୟାନ୍ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା
Advertisment
Follow Us