ମେଣ୍ଢାଶାଳ: ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ବିଂଝଗିରି ଗାଁର ଗୌରାଙ୍ଗ ପଟ୍ଟନାୟକ (୫୮) ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଋଣଭାର ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି। ମେଣ୍ଢାଶାଳ ଫାଣ୍ଡି ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି। ଆଜି ସକାଳୁ ଗୌରାଙ୍ଗଙ୍କ ମୃତଦେହ ବାଡ଼ିପଟ ଗୁହାଳ ଘରେ ଝୁଲୁଥିବା ପରିବାର ଲୋକ ଦେଖ ପୁଲିସକୁ ଖବର ଦେଇଥିଲେ। ଗୌରାଙ୍ଗ ଗ୍ରହଶାନ୍ତି ପୂଜକ ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ଜାତକ ଦେଖି ସେ ରିଷ୍ଟ ଖଣ୍ଡନ ପାଇଁ ଗ୍ରହଶାନ୍ତି ପୂଜାପାଠ କରୁଥିଲେ। ମାତ୍ର ସେ ବହୁତ ଲୋକଙ୍କଠାରୁ କରଜ କରିଥିଲେ। ଗତ କିଛି ଦିନ ହେଲା କରଜଦାତାମାନେ ଟଙ୍କା ଫେରି ପାଇବା ପାଇଁ ତାଙ୍କ ଉପରେ ଚାପ ପକାଉଥିଲେ। ଏମିତିକି କଥା ଥାନା ଫାଣ୍ଡି ପର୍ଯ୍ୟନ୍ତ ଯାଇଥିଲା। ଗତ ଦୁଇ ଦିନ ତଳେ କରଜ ଟଙ୍କା ଫେରସ୍ତକୁ ନେଇ ତାଙ୍କ ବାଇକ୍କୁ ବନ୍ଧକ ସୂତ୍ରରେ ଦେବାକୁ ବାଧ୍ୟ ହୋଇଥିଲେ। ଏହି କାରଣରୁ ସେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଥିବା ନେଇ ଆଲୋଚନା ହେଉଛି।
ଗ୍ରହଶାନ୍ତି ପୂଜକଙ୍କ ଆତ୍ମହତ୍ୟା
Advertisment
Follow Us