ଭୁବନେଶ୍ବର: ୱାର୍ଡ ନମ୍ବର ୩୩ର ବିକାଶ ପାଇଁ ଏକତାର ଆହ୍ବାନ ଦେଲେ ସୁଲଗ୍ନା

ଭୁବନେଶ୍ବର: ୱାର୍ଡ ନମ୍ବର ୩୩ର ବିକାଶ ପାଇଁ ଏକତାର ଆହ୍ବାନ ଦେଲେ ସୁଲଗ୍ନା

ଭୁବନେଶ୍ବର : ଆମେ ଖୁବ୍‌ କମ୍‌ଦିନ ମଧ୍ୟରେ ୱାର୍ଡରେ ଅନେକ ବିକାଶମୂଳକ କାମ କରିଛୁ। ୱାର୍ଡରେ ଯେଉଁ କେତୋଟି ମୌଳିକ ସମସ୍ୟା ରହିଛି ତାହାର ଖୁବ୍‌ଶୀଘ୍ର ସମାଧାନ କରାଯିବ। ହେଲେ ଏଥିପାଇଁ ୱାର୍ଡ ବାସିନ୍ଦା ଅଫିସ୍‌ ଦୌଡିବେ ନାହିଁ। ଏଭଳି ପ୍ରତିଶ୍ରୁତି ଧରି ମାରାଥନ ପ୍ରଚାର କରିଛନ୍ତି ୱାର୍ଡ-୩୩ର ବିଜେଡି ପ୍ରାର୍ଥିନୀ ସୁଲଗ୍ନା ଜେନା। ଆଜି ନିଜ ସମର୍ଥକଙ୍କ ସହ ସୁଲଗ୍ନା ଲୋକଙ୍କ ଘର ଘର ବୁଲି ସମସ୍ତ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।

publive-image

ସକିବାଙ୍କ ସହ ପ୍ରଚାର କାଲେ ମନ୍ତ୍ରୀ
ଭୁବନେଶ୍ବର : ୬୪ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥିନୀ ସକିବା ମୁସାରତ୍‌ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ମୁନ୍ନା ଖାନ୍‌ ଓ ମେୟର ପ୍ରାର୍ଥିନୀ ସୁଲୋଚନା ଦାସ, ସ୍ବାମୀ ମୁଜାହିଦ୍‌ ହୁସେନ୍‌ଙ୍କ ସହ ଆଜି ସେ ବେଗୁନିଆ, ଯଦୁପୁର, ପଞ୍ଚସଖା ନଗର, ଡୁମୁଡ଼ୁମା ଗାଁ ପ୍ରଭୃତି ଅଞ୍ଚଳରେ ବୁଲି ଭୋଟ୍‌ ଭିକ୍ଷା କରିଛନ୍ତି। ୱାର୍ଡରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। ସକିବା ବିଜୟ ଲାଭ କାରିବା ପରେ ରାସ୍ତା, ଡ୍ରେନ୍‌ ଓ ଅନ୍ୟ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe