Advertisment

Sulochana provides employment: ଶତାଧିକ ମହିଳାଙ୍କୁ ରୋଜଗାର ଦେଉଛନ୍ତି ସୁଲୋଚନା

Advertisment

ମହିଳାଙ୍କ କାର୍ଯ୍ୟ କେବଳ ଘର ଭିତରେ ସୀମିତ ନୁହେଁ। ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଜଣେ ମହିଳା ଅନେକଙ୍କ ପାଇଁ ଉଦାହରଣ ସାଜି ପାରନ୍ତି। ଏହାକୁ ପ୍ରମାଣିତ କରିଛନ୍ତି ବାଲିପାଟଣା ବ୍ଲକ୍‌ ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଗ୍ରାମର ସୁଲୋଚନା ମହାନ୍ତି(୪୦)।

ମହିଳାଙ୍କ କାର୍ଯ୍ୟ କେବଳ ଘର ଭିତରେ ସୀମିତ ନୁହେଁ। ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଜଣେ ମହିଳା ଅନେକଙ୍କ ପାଇଁ ଉଦାହରଣ ସାଜି ପାରନ୍ତି। ଏହାକୁ ପ୍ରମାଣିତ କରିଛନ୍ତି ବାଲିପାଟଣା ବ୍ଲକ୍‌ ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଗ୍ରାମର ସୁଲୋଚନା ମହାନ୍ତି(୪୦)।

dagdagzcv

ବାଲିପାଟଣା: ମହିଳାଙ୍କ କାର୍ଯ୍ୟ କେବଳ ଘର ଭିତରେ ସୀମିତ ନୁହେଁ। ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଜଣେ ମହିଳା ଅନେକଙ୍କ ପାଇଁ ଉଦାହରଣ ସାଜି ପାରନ୍ତି। ଏହାକୁ ପ୍ରମାଣିତ କରିଛନ୍ତି ବାଲିପାଟଣା ବ୍ଲକ୍‌ ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ଗ୍ରାମର ସୁଲୋଚନା ମହାନ୍ତି(୪୦)। ନିଜେ ପ୍ରତିଷ୍ଠା ଲାଭ କରିବା ସହ ଶତାଧିକ ମହିଳାଙ୍କୁ ସେ ରୋଜଗାରର ବାଟ ଦେଖାଇ ପାରିଛନ୍ତି। ସଂସାର ଜଞ୍ଜାଳରୁ ସମୟ ବାହାର କରି ସମାଜସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ସହ ଗରିବ, ଅସହାୟ ଓ ଅବହେଳିତଙ୍କ ପାଇଁ ଲଢେଇ ଜାରି ରଖିଛନ୍ତି। ନିଜ ପ୍ରଚେଷ୍ଟାରେ ୪ଟି ଉଦ୍ୟୋଗ ପ୍ରତିଷ୍ଠା କରି ୭୦ରୁ ଅଧିକ ମହିଳାଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି। ସେଥିପାଇଁ ସୁଲୋଚନାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।

ଗିରିଙ୍ଗ ଗ୍ରାମର ଜ୍ୟୋତିରଞ୍ଜନ ମହାନ୍ତିଙ୍କ ପତ୍ନୀ ସୁଲୋଚନା ଉଚ୍ଚ ଶିକ୍ଷିତା। ପିଲାଦିନରୁ ସେ ସମାଜସେବା ପ୍ରତି ଆଗ୍ରହୀ ଥିଲେ। ବିବାହ ପରେ ମଧ୍ୟ ସେଥିରୁ ନିବୃତ ରହି ନାହାନ୍ତି। ପୂର୍ବରୁ ବିଭିନ୍ନ ଘରୋଇ ସଂସ୍ଥାରେ ସେ କାମ କରୁଥିଲେ। ୨୦୨୦ରେ ସେ କିଛି ମହିଳାଙ୍କୁ ନେଇ ନିଜର ‘ଦକ୍ଷା ଫାଉଣ୍ଡେସନ୍‌’ ଗଢିଛନ୍ତି। ସମାଜରେ ଅବହେଳିତ, ଅସହାୟ ଲୋକଙ୍କ ପାଇଁ ତାଙ୍କର ଏହି ସଂଗଠନ କାର୍ଯ୍ୟ କରୁଛି। ସୁଲୋଚନା ୨୦୨୧ରେ କାଗଜ ଖଲି, ଦନା, ପ୍ଲେଟ୍‌ ପ୍ରସ୍ତୁତି ପାଇଁ ଏକ ଉଦ୍ୟୋଗ ପ୍ରତିଷ୍ଠା କଲେ। ଏହାପଥରେ ତାଙ୍କର ଏହି ଯାତ୍ରାପଥରେ ସେ ଆହୁରି ଆଗେଇ ଚାଲିଲେ। ୨୦୨୨ରେ ଫିନାଇଲ ଓ ଧୂପକାଠି ଉଦ୍ୟୋଗ ଗଢ଼ିଥିଲେ। ୨୦୨୪ରେ ମାଣ୍ଡିଆ ମିଲେଟ ପ୍ରତିଷ୍ଠା କରିଛନ୍ତି। ୭୦ରୁ ଅଧିକ ମହିଳାଙ୍କୁ ସେଏଥିରେ ନିଯୁକ୍ତି ଦେଇଛନ୍ତି। 

ସୁଲୋଚନାଙ୍କ କହିବା କଥା ଖଲି, ଦନା, ପ୍ଲେଟ୍‌ ସ୍ଥାନୀୟ ବଜାରରେ ବିକ୍ରି ହେଉଛି। ସେହିପରି ନାସନାଲ୍‌ ହ୍ୟୁମାନ ରାଇଟ୍‌ସ ଓମେନ୍ସ ଉଇଙ୍ଗ୍‌ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି। ଗରିବ, ନିଷ୍ପେସିତ ମହିଳାଙ୍କ ନ୍ୟାୟ ପାଇଁ ସଦା ସର୍ବଦା ଚେଷ୍ଟା ଜାରି ରଖିଛନ୍ତି। ଏହି ସବୁ କାମରେ ସୁଲୋଚନାଙ୍କୁ ତାଙ୍କ ସ୍ୱାମୀ ଜ୍ୟୋତିରଞ୍ଜନ ସାହାଯ୍ୟ କରନ୍ତି। ଆଜୀବନ ସେବା ଓ ସହଯୋଗ ଜାରି ରଖିବେ ବୋଲି ସୁଲୋଚନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe