ସମ୍ ହସ୍ପିଟାଲ୍ ଡାକ୍ତର ଜାତୀୟସ୍ତରରେ ସମ୍ମାନିତ : ମନୋଜ ସାହୁଙ୍କୁ ‘ଭାରତରତ୍ନ ଡ. ଅବ୍‌ଦୁଲ କଲାମ ଉତ୍କର୍ଷ ସ୍ବର୍ଣ୍ଣପ଼ଦକ’

Advertisment
ସମ୍ ହସ୍ପିଟାଲ୍ ଡାକ୍ତର ଜାତୀୟସ୍ତରରେ ସମ୍ମାନିତ : ମନୋଜ ସାହୁଙ୍କୁ ‘ଭାରତରତ୍ନ ଡ. ଅବ୍‌ଦୁଲ କଲାମ ଉତ୍କର୍ଷ ସ୍ବର୍ଣ୍ଣପ଼ଦକ’

ଭୁବନେଶ୍ୱର : ସୋଆ ଡିମଡ୍‌ ଟୁ-ବି ୟୁନିଭର୍ସିଟି ଦ୍ବାରା ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପେଟ ଓ ଯକୃତ ବିଭାଗର ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁ ଜାତୀୟସ୍ତରରେ ସମ୍ମାନିତ ହୋଇଛନ୍ତି। ଡାକ୍ତର ସାହୁଙ୍କୁ ‘ଭାରତରତ୍ନ ଡ. ଅବ୍‌ଦୁଲ କଲାମ ଉତ୍କର୍ଷ ସ୍ବର୍ଣ୍ଣପଦକ-୨୦୧୯’ରେ ସମ୍ମାନିତ କରାଯାଇଛି। ଡାକ୍ତର ସାହୁଙ୍କୁ ଗତ ଅକ୍ଟୋବର ୧୮ତାରିଖରେ ବେଙ୍ଗାଲୁରୁରେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ହେପାଟାଇଟିସ୍‌ମୁକ୍ତ ଓଡ଼ିଶା ଗଠନ ପାଇଁ ଅଭିଯାନ ଜାରି ରଖିଛନ୍ତି। ସେହିପରି ତାଙ୍କୁ ସେପ୍ଟେମ୍ବର ୨୯ ତାରିଖରେ ସମାଜସେବା ଏବଂ ଚିକିତ୍ସା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଅଭିନେତ୍ରୀ ମନ୍ଦିରା ବେ଼ଦୀ ଓ ଅଭିନେତା ରଣବିଜୟ ସିଂ ନୂଆଦିଲ୍ଲୀରେ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe