ସୁନ୍ଦରପଦା ଦୀପକ ହତ୍ୟା ମାମଲା: ଅଭିଯୁକ୍ତଙ୍କ ପରିବାର, ସାଙ୍ଗସାଥୀଙ୍କୁ ପଚରାଉଚରା

Advertisment

ପୁଲିସର ରାତିଅଧିଆ ଚଢ଼ଉ, ୪୮ ଘଣ୍ଟା ପରେ ବି ହାତ ଖାଲି

ପୁଲିସର ରାତିଅଧିଆ ଚଢ଼ଉ, ୪୮ ଘଣ୍ଟା ପରେ ବି ହାତ ଖାଲି

ସୁନ୍ଦରପଦା ଦୀପକ ହତ୍ୟା ମାମଲା: ହଜ୍‌ ପୋଖରୀ ନିକଟରେ ପାଚେରି ପଡ଼ିଲା

ଭୁବନେଶ୍ୱର : ସୁନ୍ଦରପଦା ହଜ୍‌ ପୋଖରୀ ନିକଟରେ ଦୀପକ ରାଉତରାୟ ହତ୍ୟା ଘଟଣାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ପୁଲିସ୍‌ ଏଯାବତ୍‌ ଏହି ମାମଲାରେ କାହାରିକୁ ଗିରଫ କରିପାରିନାହିଁ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭିକି ମଲିଆ ସମେତ ୪ଜଣ ଫେରାର୍‌ ହୋଇଯାଇଛନ୍ତି। ଏୟାରଫିଲ୍ଡ ଥାନା ପୁଲିସ ସେମାନଙ୍କ ପରିବାରଲୋକଙ୍କୁ ଡାକି ପଚରାଉଚରା କରିବା ସହ ବନ୍ଧୁବାନ୍ଧବ ଓ ସାଙ୍ଗମାନଙ୍କ ଘରେ ତଲାସି ଚଳାଇଛି। ଏହାସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅପରପକ୍ଷେ ଏହି ଘଟଣାକୁ ନେଇ ଏବେ ବି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଘଟିବା ଆଶଙ୍କାରେ ପୁଲିସ କଡ଼ାପହରା ଦେଉଛି।

ସୂଚନାଯୋଗ୍ୟ, କପିଳେଶ୍ବର ଓ ସୁନ୍ଦରପଦାର କିଛି ଯୁବକ ହଜ୍‌ ପୋଖରୀ ନିକଟରେ ଅଲଗା ଅଲଗା ଜିରୋ-ନାଇଟ୍‌ ସେଲିବ୍ରେସନ୍‌ କରୁଥିଲେ। ଭୋଜିଭାତ କରିବା ସହ ନିଶାସକ୍ତ ଅବସ୍ଥାରେ ଡିଜେ ବଜାଇ ନାଚୁଥିଲେ। ତେବେ କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାର ସମାଧାନ ହୋଇଥିଲେ ହେଁ ବିଳମ୍ବିତ ରାତିରେ କିଛି ଯୁବକ ଆସି ସେଠାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବାଇକ୍‌କୁ ଭଙ୍ଗାରୁଜା କରିଥିଲେ। ଏହା ଦେଖି ପୋଖରୀ ସୁରକ୍ଷା ଦାୟିତ୍ବରେ ଥିବା ଦୀପକ ସେମାନଙ୍କୁ ବାରଣ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ତାଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିଦେବା ସହ ପାଟିରେ ଗୁପ୍ତି ଭର୍ତ୍ତି ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe