ସୁନ୍ଦରପଦା ଦୀପକ ହତ୍ୟା ମାମଲା: ଭିକି, ସୁଜିତ ପରେ ଆତ୍ମସମର୍ପଣ କଲା ଗୁନୁ

Advertisment
ସୁନ୍ଦରପଦା ଦୀପକ ହତ୍ୟା ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ଭିକି ଓ ସୁଜିତ

ଭୁବନେଶ୍ବର : ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ କପିଳେଶ୍ବର ଗାଁର ଗୁନୁ ମଲିଆ ଗୁରୁବାର ଦିନ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସର୍ମପଣ କରିଛି। ଗତକାଲି ମୁଖ୍ୟ ଅଭିଯୁକ୍ତ ଭିକି ମଲିଆ ଓ ସୁଜିତ ମଲିଆ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହି ମାମଲାରେ ୩ ଜଣ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିସାରିଲେଣି। ଜାମିନ ନାମଞ୍ଜୁର ହେବାରୁ ଗୁନୁକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ୪ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ହୋଇଥିଲା।

ଭିକି ଥିଲା ମୁଖ୍ୟ ଅଭିଯୁକ୍ତ। ପୁଲିସ ସେମାନଙ୍କୁ ଗିରଫ କରିବାକୁ ବହୁ ଉଦ୍ୟମ କରିଥିଲା। ଏମିତିକି ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହୋଇଥିଲା। ମାତ୍ର ପୁଲିସ ୪ ଦିନ କାଳ ଅନ୍ଧାରରେ ବାଡ଼ି ବୁଲାଉଥିବା ବେଳେ ହଠାତ୍ ଗତକାଲି ଭିକି ଓ ସୁଜିତ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପୁଲିସ ଏହାର ଟେର୍ ପାଇନଥିଲା। ଅନୁରୂପ ଭାବେ ଆଜି ଗୁନୁ ମଧ୍ୟ କୋର୍ଟରେ ଆତ୍ମସମର୍ପଣ କରିଛି। ପୁଲିସ ଗିରଫ କରିବା ପୂର୍ବରୁ ସେ କୋର୍ଟରେ ପହଞ୍ଚି ପାରିଛି। ଏବେ ଆଉ ଜଣେ ଅଭିଯୁକ୍ତ ବାହାରେ ଥିବାରୁ ତାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ଥିବା ସୂଚନା ମିଳିଛି। ଅନୁମାନ କରାଯାଉଛି ଫେରାର୍‌ ଥିବା ଅଭିଯୁକ୍ତ ବି କେତେବେଳେ କୋର୍ଟରେ ଆତ୍ମସମର୍ପଣ କରିବ। ଏଣେ ଏୟାର୍‌ଫିଲ୍‌ଡ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତି ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe