ସାମାଜିକ ଗଣମାଧ୍ୟମରେ କିଛି ଲୋକ ବିଷ ଭରୁଛନ୍ତି: ସୁନୀଲ ସେଟ୍ଟୀ

Advertisment
ସାମାଜିକ ଗଣମାଧ୍ୟମରେ କିଛି ଲୋକ ବିଷ ଭରୁଛନ୍ତି: ସୁନୀଲ ସେଟ୍ଟୀ

ବଲିଉଡ୍‌ର ଖ୍ୟାତନାମା ଅଭିନେତା ସୁନୀଲ୍‌ ସେଟ୍ଟୀ ଆଜି ନାଗରିକତା ସଂଶୋଧନ ଆଇନ୍‌ ବିଷୟ ଉଠାଇବା ସହ ସାମାଜିକ ଗଣମାଧ୍ୟମର ନକାରାତ୍ମକ ଦିଗ ଉପରେ ପ୍ରଶ୍ନ ଉଠାଇଛନ୍ତି। ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଲିଙ୍ଗରାଜ ଗ୍ରାନାଇଟ୍‌ ଗୋଦାମରେ ‘ଫ୍ଲେକ୍ସଷ୍ଟୋନ୍‌’କୁ ଉଦ୍‌ଘାଟନ କରିବା ଅବସରରେ ସେ କହିଲେ, ସଂପ୍ରତି ସାମାଜିକ ଗଣମାଧ୍ୟମ ବିଷ ପାଲଟିଛି। କୌଣସି କଥାକୁ ନବିଚାରି କିଛି ଲୋକ ଯେଉଁଭଳି ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛନ୍ତି ତାହା ବେଳେବେଳେ ଦେଶର ସ୍ଥିତିକୁ ଅଣାୟତ୍ତ କରୁଛି। ସରକାର ଅନେକ ଆଲୋଚନା ଓ ତର୍କକୁ ବିଚାର ପୂର୍ବକ ନାଗରିକତା ଆଇନରେ ସଂଶୋଧନ ଆଣିବା ପାଇଁ ପ୍ରୟାସ କରୁଥିବା ବେଳେ କିଛି ବିକୃତ ମାନସିକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଏଣୁତେଣୁ ମନ୍ତବ୍ୟ ଦେଇ ଜାତି, ଧର୍ମ ଓ ବିରୋଧରେ ବିଷ ବୁଣୁଛନ୍ତି। ନାଗରିକତା ଆଇନ୍ ସଂଶୋଧନ ଓ ଏସମ୍ପର୍କିତ ବିଷୟକୁ ନେଇ ସୁନୀଲ୍‌ଙ୍କ ସହ ‘ସମ୍ବାଦ’ର ପ୍ରତିନିଧି ବିଦ୍ୟାଧର ବାରିକଙ୍କ ଆଳାପ।

publive-image

ଦେଶରେ ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଆପଣଙ୍କ ମତାମତ କ'ଣ?
ନାଗରିକତା ସଂଶୋଧନ ଆଇନ ବିରୋଧୀ ଆନ୍ଦୋଳନ ବନ୍ଦ କରିବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ ଚାଲିଥିବା ବେଳେ କିଛି ଦେଶ ବିରୋଧୀ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରି ଲୋକଙ୍କ ମନରେ ନକାରାତ୍ମକ ଭାବନା ଭରିଦେଉଛନ୍ତି। ଫଳରେ ଦେଶରେ ଶାନ୍ତି ଓ ଅଖଣ୍ଡତା ବଜାୟ ରଖିବା କଷ୍ଠକର ହୋଇପଡ଼ୁଛି। ସାଧାରଣ ଜନତାଙ୍କୁ ଏନେଇ ସଚେତନତା କରି ସରକାର ଯାହା କରିଛନ୍ତି ଭଲ କରିଛନ୍ତି ବୋଲି ଜଣାଇବା ପରିବର୍ତ୍ତେ ବିଷ ଭରୁଥିବା ଲୋକଙ୍କୁ ଦଣ୍ଡମଳିବା ଉଚିତ୍।

ଛାତ୍ରଛାତ୍ରୀ ବିଶୃଙ୍ଖଳିତ ହେବା ପଛରେ ମୁଖ୍ୟ କାରଣ କ’ଣ ଥାଇପାରେ?
ଛାତ୍ରଛାତ୍ରୀ ପାଠ ପଢ଼ିବା ପରିବର୍ତ୍ତେ ରାଜନୀତିରେ ଅଧିକ ମୁଣ୍ଡ ପୂରାଇ ନିଜର ଭବିଷ୍ୟତ ଖରାପ କରୁଛନ୍ତି। ଫଳରେ ଦେଶର ଭବିଷ୍ୟତ ଅନ୍ଧକାର ହେବାକୁ ଯାଉଥିବା ଲକ୍ଷଣ ଦେଖିବାକୁ ମିଳୁଛି। ଯେଉଁମାନେ ରାଜନୀତି କରିବା କଥା ସେମାନେ କୂଟନୀତି କରୁଛନ୍ତି। ଯେଉଁମାନେ ପଠ ପଢ଼ିବା କଥା ସେମାନେ ରାଜନୀତି କରୁଛନ୍ତି। ଫଳରେ ଛାତ୍ରଛାତ୍ରୀ ବିଶୃଙ୍ଖଳିତ ହେବାରେ ଲାଗିଛନ୍ତି।

ଆପଣଙ୍କୁ ସୁଯୋଗ ମିଳିଲେ ରାଜନୀତିରେ ପ୍ରବେଶ କରିବେ କି?
ରାଜନୀତିଠାରୁ ମୁଁ ବହୁତ ଦୂରରେ ରହିବାକୁ ଚେଷ୍ଟା କରେ। ଅନେକ ରାଜନୈତିକ ବ୍ୟକ୍ତିଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲେ ମଧ୍ୟ ହାତେ ମାପି ଚାଖଣ୍ଡେ ଚାଲିବା ପାଇଁ ଭଲ ଲାଗେ। ଦେଶର ନାଗରିକମାନଙ୍କୁ ବୁଝାଇବା ପାଇଁ କୌଣସି ପ୍ଲାଟଫର୍ମ ମିଳିଲେ ଭାଇଚାରା ଓ ଧର୍ମ ‌ନିରପେକ୍ଷତା ଉପରେ ସଚେତନ କରିବା ପାଇଁ ଆଶା ବଳାଇବି। ହେଲେ ରାଜନୀତିରେ ପ୍ରବେଶ ସ୍ବପ୍ନରେ ବି ଭାବିନାହିଁ।

ନାରୀ ନିର୍ଯାତନା ନେଇ ଆପଣଙ୍କ ମତ କ’ଣ?
ଏ ପ୍ରସଙ୍ଗରେ ମୁଁ ମତାମତ ଦେବାକୁ ଚାହେଁନା। ହେଲେ ଏତିକି କହିବି, ନାରୀ ଶିକ୍ଷିତ, ସ୍ବାବଲମ୍ବୀ ଓ ସଶକ୍ତ ହେଲେ ଆପେ ଆପେ ନିର୍ଯାତନା କମିଯିବ। ଅତ୍ୟାଧୁନିକ ଆଢ଼ୁଆଳରେ ଅଶ୍ଳୀଳତାକୁ ଆପଣାଇ ଲଜ୍ଜାକର ପରିସ୍ଥିତି ସୃଷ୍ଟି କଲେ ନାରୀ ନିର୍ଯାତନା ପାଇଁ ସମାଜ କେବେ ଦାୟୀ ହେବନାହିଁ। ଏସବୁ କ୍ଷେତ୍ରରେ ଝିଅମାନଙ୍କୁ ସଚେତନ କରିବା ଦିଗରେ ମୁଁ ଏବେ ମୋର ନିଜସ୍ବ ଏନ୍‌ଜିଓରେ ଛୋଟ ପିଲାଙ୍କ ପାଇଁ କାର୍ଯ୍ୟ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe