କ୍ୟାପିଟାଲ ହସ୍ପିଟାଲରେ ପୁଣି ଆରମ୍ଭ ହେବ ସୁପର ସ୍ପେସିଆଲିଟି ବିଭାଗ

Advertisment

ଆଉଟ ସୋର୍ସିଂ ବିଭାଗକୁ ଚେତାବନୀ

ଆଉଟ ସୋର୍ସିଂ ବିଭାଗକୁ ଚେତାବନୀ

ଚୋରଙ୍କ ଚରାଭୂଇଁ କ୍ୟାପିଟାଲ୍ ହସ୍ପିଟାଲ୍

The New Indian Express

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପୁଣି ଆରମ୍ଭ ହେବ ବିଭିନ୍ନ ସୁପର ସ୍ପେସିଆଲିଟି ବିଭାଗ। କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ବିଭାଗ ଗୁଡ଼ିକ ପୁଣି ଚାଲୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ୟାଷ୍ଟ୍ ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ପ୍ଲାଷ୍ଟିକ୍ ସର୍ଜରୀ, ଏଣ୍ ଡୋକ୍ରିନୋଲୋଜି ଭଳି ସୁପରସ୍ପ‌େସିଆଲିଟି କ୍ୟାପିଟାଲ ହସ୍ପିଟାଲ‌ରେ ଖୋଲାଯାଇଥିଲା। କରୋନା ସମୟରେ ଡାକ୍ତର ନ ଆସିବାରୁ ବିଭାଗ ଗୁଡ଼ିକ ବନ୍ଦ ହୋଇ ପଡ଼ିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଗୁରୁବାର ଦିନ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଖୋଲିବ। ୟୁରୋଲୋଜି ବିଭାଗରେ ନିୟମିତ ଡାକ୍ତର ଯୋଗ ଦେଇଛନ୍ତି। ସୋମବାର ନ୍ୟୁରୋଲୋଜି ବିଭାଗ ଡାକ୍ତର ଆସିବାକୁ ଥିବା‌ ବେଳେ ବୁଧବାର ନେଫ୍ରୋଲୋଜି ବିଭାଗ ଡାକ୍ତର ଆସିବେ। ପ୍ଲାଷ୍ଟକ ସର୍ଜରି ଓ ଏଣ୍ ଡୋକ୍ରିମିଓଲୋଜି ବିଭାଗ ଜାଲୁ ରହିଛି। ଏହାସ‌ହ ଏହି ସବୁ ବିଭାଗକୁ ସ୍ବତନ୍ତ୍ର ଓପିଡିରେ ପରିଣତ କରିବାକୁ ଯୋଜନା ଚାଲୁଥିବ‌ା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆଉଟ ସୋର୍ସିଂ ବିଭାଗକୁ ଚେତାବନୀ
ଭୁବନେଶ୍ବର: ହସ୍ପିଟାଲରେ ଦିନକୁ ଦିନ ଆଉଟ୍‌ସୋର୍ସିଂ କର୍ମଚାରୀମାନଙ୍କ ବିରୋଧରେ ବହୁ ଅଭିଯୋଗ ଆସୁଛି। ତେଣୁ ଆଜି ହସ୍ପିଟାଲର ନିର୍ଦ୍ଦ‌େଶକ, ଅଧୀକ୍ଷକ ଓ ଉପଅଧୀକ୍ଷକ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ଡାକି ଚେତାବନୀ ଦେଇଛନ୍ତି। ସେମାନ‌େ ନିଜ କାମରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ ନିର୍ଦ୍ଦ‌େଶକ ଲକ୍ଷ୍ମୀଧର ସାହୁ କହିଛନ୍ତି। ଆଗାମୀ ସେପ୍ଟ‌େମ୍ବର ମାସରେ ଆଉଟସୋର୍ସିଂ ବିଭାଗ ଗୁଡ଼ିକର କଣ୍ଟ୍ରାକ୍ଟ ସରୁଛି। ଏହାପରେ ଏହି ସମସ୍ତ ଆଉଟସୋର୍ସିଂକୁ ଗୋଟିଏ କମ୍ପାନିକୁ ଦିଆଯିବ ବୋଲି ସ୍ବାସ୍ଥ୍ୟବିଭାଗ ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe