ସଂଭାବନାର ସ୍ବର ସାମ୍ରାଜ୍ଞୀ ସନ୍ଧ୍ୟା: ତୁ ଯାହାଁ ଯାହାଁ ଚଲେଗା ମେରା ସାୟା ସାଥ୍ ହୋଗା

Advertisment
ସଂଭାବନାର ସ୍ବର ସାମ୍ରାଜ୍ଞୀ ସନ୍ଧ୍ୟା: ତୁ ଯାହାଁ ଯାହାଁ ଚଲେଗା ମେରା ସାୟା ସାଥ୍ ହୋଗା

ଭୁବନେଶ୍ୱର: ତୁ ଯାହାଁ ଯାହାଁ ଚଲେଗା ମେରା ସାୟା ସାଥ୍ ହୋଗା..., ଆଜ୍ ଫିର୍ ଜିନେ କି ତମନ୍ନା ହେ...। ସଂଭାବନା ପକ୍ଷରୁ ଆୟୋଜିତ ୧୫ତମ ‘ସ୍ୱର ସାମ୍ରାଜ୍ଞୀ ସଂଧ୍ୟା’ କାର୍ଯ୍ୟକ୍ରମରେ ଲତା ମଙ୍ଗେସକର୍‌ଙ୍କ ସ୍ମୃତିକୁ ବିଜଡ଼ିତ କରିବା ପାଇଁ ଏଭଳି ଚିର ସବୁଜ ସଂଗୀତ ମଞ୍ଚରୁ ଭାସି ଆସିଥିଲା। ଜୟଦେବ ଭବନରେରେ ଅନୁଷ୍ଠିତ ଏହି ସଂଗୀତ ସନ୍ଧ୍ୟା ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା, ଶ୍ୱେତା ମିଶ୍ର, ଋତିକା ରିମ୍‌ଝିମ୍, ବିଜୟଲକ୍ଷ୍ମୀ ପତି, ସିଦ୍ଧାନ୍ତ, ଉଦିତ ମହାନ୍ତି, ପ୍ରମୁଖ ସୁନାମଧନ୍ୟ କଣ୍ଠଶିଳ୍ପୀ ବିଭିନ୍ନ ଚିର ସବୁଜ ସଂଗୀତ ଗାନ କରି ସନ୍ଧ୍ୟାକୁ ମନୋରାମ କରିଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କର ସଭାପତିତ୍ବ‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସଂଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ଶିଶୁ ସାହିତ୍ୟିକ ଦାଶ ବେନହୁର, ବିଶିଷ୍ଟ କବି ଓ ପ୍ରାକ୍ତନ ଆୟକର ଆୟୁକ୍ତ ଶରତ ଦାଶ, ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢ଼ୀ ଓ ଚଳିତବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ବେବିରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭିକ ସୂଚନା ଦେଇଥିଲେ ସଂପାଦକ ଦେବ ପ୍ରସାଦ ପରିଜା। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଜାତୀୟ ଚଳଚ୍ଚିତ୍ର ପରୁସ୍କାର ପ୍ରାପ୍ତ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ଗୁରୁ ପ୍ରସାଦ ଦାସ ଓ ଅଭିରାମ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe