‘ସୁରେନ୍ଦ୍ର ମହାନ୍ତି ଥିଲେ ଓଡ଼ିଆ କଥା ସାହିତ୍ୟର ବିଶ୍ବକର୍ମା’

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାରତୀୟ ଭାଷା ପରିଷଦର ମିଳିତ ଆନୁକୂଲ୍ୟରେ ନୀଳଚକ୍ର ଅନୁଷ୍ଠାନର ସହଯୋଗରେ ଓଡ଼ିଆ କଥା ସାହିତ୍ୟର ବିଶ୍ବକର୍ମା ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ କୋଲକାତା ସେକ୍ସପିୟର୍‌ ସରଣୀସ୍ଥିତ ଭାଷା ପରିଷଦଠାରେ ପାଳିତ....

Untitled-12

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାରତୀୟ ଭାଷା ପରିଷଦର ମିଳିତ ଆନୁକୂଲ୍ୟରେ ନୀଳଚକ୍ର ଅନୁଷ୍ଠାନର ସହଯୋଗରେ ଓଡ଼ିଆ କଥା ସାହିତ୍ୟର ବିଶ୍ବକର୍ମା ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ କୋଲକାତା ସେକ୍ସପିୟର୍‌ ସରଣୀସ୍ଥିତ ଭାଷା ପରିଷଦଠାରେ ପାଳିତ ହୋଇଯାଇଛି। ନୀଳଚକ୍ର ଅନୁଷ୍ଠାନର ସଭାପତି ଲକ୍ଷ୍ମୀନାରାୟଣ ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଉଦ୍‌ଘାଟକ ଭାବେ କଥାକାର ଗୌରହରି ଦାସ ଯୋଗ ଦେଇଥିଲେ। ଏହି ଅବସରରେ ସେ ସୁରେନ୍ଦ୍ର ମହାନ୍ତିଙ୍କ ସହ ଅତିବାହିତ କରିଥିବା ଜୀବନର କିଛି ବିଶେଷ ମୁହୂର୍ତ୍ତ ଉପରେ ଆଲୋଚନା କରି କହିଥିଲେ, ସେ ଅତ୍ୟନ୍ତ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ଥିଲେ। ସଂଗ୍ରାମ ଓ ସଂଘର୍ଷକୁ ସେ ସମୟରେଖାରେ ପରିଚାଳିତ କରୁଥିଲେ। ତାଙ୍କ ଭାଷା ଅତ୍ୟନ୍ତ ଚମତ୍କାର ଥିଲା। ଯଥାର୍ଥରେ ସୁରେନ୍ଦ୍ର ମହାନ୍ତି ଥିଲେ କଥା ସାହିତ୍ୟର ବିଶ୍ବକର୍ମା। ମୁଖ୍ୟ ଅତିଥି ହିନ୍ଦୀ ଲେଖକ ଶମ୍ଭୁନାଥ ତାଙ୍କ ଭାଷଣରେ ସୁରେନ୍ଦ୍ର ମହାନ୍ତିଙ୍କୁ ଭାରତୀୟ ସାହିତ୍ୟର ଜଣେ ଅଗ୍ରଗଣ୍ୟ ସ୍ରଷ୍ଟା ଭାବେ ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ପ୍ରଫେସର କୃଷ୍ଣଚନ୍ଦ୍ର ଭୂୟାଁ, ସାଫଲ୍ୟ କୁମାର ନନ୍ଦୀ ଓ ଘନଶ୍ୟାମ ସୁଗଲା ପ୍ରମୁଖ ଯୋଗଦେଇ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନାଦର୍ଶ ଓ ସାରସ୍ବତ ସୃଷ୍ଟି ଉପରେ ଆଲୋଚନା କରିଥିଲେ। ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ସ୍ବାଗତ ଭାଷଣ ଦେଇ ସୁରେନ୍ଦ୍ର ମହାନ୍ତିଙ୍କ କୃତି ଓ କୃତିତ୍ବ ଉପରେ ଆଲୋଚନା କରିଥି‌ଲେ। 
କଥାକାର ଅରବିନ୍ଦ ରାୟଙ୍କ ସଭାପତିତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ ରାମକୁମାର ମୁଖୋପାଧ୍ୟ‌ାୟ, ପଲ୍ଲିଶ୍ରୀ ପଟ୍ଟନାୟକ, ଶରତଚନ୍ଦ୍ର ଜେନା ଓ ଗିରୀଶ ଚନ୍ଦ୍ର ସାହୁ ଯୋଗ ଦେଇ ‘ଓଡ଼ିଆ ସାହିତ୍ୟର ବିଭିନ୍ନ ସୃଷ୍ଟି ମଧ୍ୟରେ ସୁରେନ୍ଦ୍ର ମହାନ୍ତିଙ୍କ ସାରସ୍ବତ ଅବଦାନ’ ଉପରେ ଆଲୋଚନା କରିଥିଲେ। ଦ୍ବିତୀୟ ଅଧିବେଶନରେ ବରିଷ୍ଠ ସାହିତ୍ୟିକ ତରୁଣ କୁମାର ସାହୁଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ପ୍ରଫେସର ଉପେନ୍ଦ୍ର ପାଢ଼ୀ, ଆଲୋଚକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, କ୍ଷେତ୍ରବାସୀ ନାୟକ, ଚିରଶ୍ରୀ ଇନ୍ଦ୍ରସିଂ, ସୁଶାନ୍ତ କୁମାର ପଣ୍ଡା ଓ ଚୌଧୁରୀ ଅମିତାଭ ଦାସ ପ୍ରମୁଖ ଯୋଗ ଦେଇ ‘ବହୁବର୍ଣ୍ଣା ସୁରେନ୍ଦ୍ର: ସୃଜନର ମହାକାଶ’ ଶୀର୍ଷକ ଆଲୋଚନା କରିଥିଲେ। ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe