ଆଶାବରୀ ସାଂସ୍କୃତିକ ସମାଜର ବାର୍ଷିକୋତ୍ସବ, ଗୁରୁ ସଚ୍ଚିଦାନନ୍ଦଙ୍କୁ ‘ସୂର୍ଯ୍ୟମଣି ସ୍ମୃତି ସମ୍ମାନ’

Advertisment
ଆଶାବରୀ ସାଂସ୍କୃତିକ ସମାଜର ବାର୍ଷିକୋତ୍ସବ, ଗୁରୁ ସଚ୍ଚିଦାନନ୍ଦଙ୍କୁ ‘ସୂର୍ଯ୍ୟମଣି ସ୍ମୃତି ସମ୍ମାନ’

ଭୁବନେଶ୍ବର : ଆଶାବରୀ ସାଂସ୍କୃତିକ ସମାଜର ବାର୍ଷିକୋତ୍ସବ ଆଜି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ଉମେଶ ଚନ୍ଦ୍ର ଦାସଙ୍କ ପରିଚାଳନା ଓ ନିର୍ଦେଶନାରେ ଅନୁଷ୍ଠାନର ଶିଳ୍ପୀମାନେ ବୃନ୍ଦ ଗାୟନ ପରିବେଷଣ କରିଥିଲେ। ଓଡ଼ିଶୀ ସଂଗୀତ ପର୍ଯ୍ୟାୟ ଅନ୍ତର୍ଗତ ରାଗାଙ୍ଗ ଓ ଭାବାଙ୍ଗ ସହିତ ନାଟ୍ୟାଙ୍ଗୀ ପରିବେଷିତ ହୋଇଥିଲା। ଚମ୍ପୂ, ଛାନ୍ଦ ଓ ଚଉତିଶା ମଧ୍ୟ ଦଳଗତ ଭାବେ ପରିବେଷିତ ହୋଇଥିଲା। ଅତିଥି ଶିଳ୍ପୀଭାବେ ଗୁରୁ ପ୍ରଫୁଲ୍ଲ କୁମାର ଶତପଥୀ ଓ ସାଥୀ ଓଡ଼ିଶୀ ସଂଗୀତରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଗୁରୁ ବିଜୟ କୁମାର ଜେନା, ଗୁରୁ ବିଜୟ କୁମାର ବାରିକ ଓ ଗୁରୁ ହିମାଂଶୁ କୁମାର ବିଧାର ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ।

ଏହି ଅବସରରେ ଓଡ଼ିଶୀ ମର୍ଦ୍ଦଳର ପ୍ରଖ୍ୟାତ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ‘ସୂର୍ଯ୍ୟମଣି ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥିଭାବେ ରାଜ୍ୟ ଯୋଜନା ବୋର୍ଡର ଉପଦେଷ୍ଟା ରବି ନାରାୟଣ ଦାସ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ସଂଗୀତ ଗୁରୁ ଉମେଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ବୈକୁଣ୍ଠ ନାଥ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe