ହୋଲଡିଂ ଟିକସ ଆଦାୟ ଉପରୁ ସ୍ଥଗିତାଦେଶ ଉଠିଲା, ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ୫୦% ଆଦାୟ ହୋଇପାରିବ

ଅର୍ଥ କମିସନଙ୍କ ଉଦ୍‌ବେଗକୁ ବେଖାତିର୍‌: ୧୮ ପୌର ସଂସ୍ଥାର ଅନାଦାୟ ହୋଲ୍ଡିଂ ଟିକସ ୧୭୮ କୋଟି

Prabhat Khabar

ଭୁବନେଶ୍ବର : ସଂଶୋଧିତ ନିୟମରେ ବିଏମ୍‌ସି ଆଦାୟ କରୁଥିବା ହୋଲଡିଂ ଟିକସ ଆଦାୟ ଉପରୁ ହାଇକୋର୍ଟ ସ୍ଥଗିତାଦେଶ ଉଠାଇ ଦେଇଛନ୍ତି। ଏହାସହ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ସଂଶୋଧିତ ହୋଲଡିଂ ଟିକସର ୫୦% ଆଦାୟ କରିବାକୁ କୁହାଯାଇଛି। ଏହାପରେ ବିଏମ୍‌ସି ପକ୍ଷରୁ ହୋଲଡିଂ ଟିକସ ଆଦାୟ ନେଇ ସମସ୍ତ ଜୋନାଲ ଡେପୁଟି କମିସନର, ୱାର୍ଡ ଅଫିସର, ୱାର୍ଡ ସୁପରଭାଇଜରଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହ ଯେତିକି ଲୋକଙ୍କର ହୋଲଡିଂ ଟିକସ ସଂଶୋଧନ ହୋଇନି, ସେଗୁଡ଼ିକୁ ୧୫ ଦିନ ମଧ୍ୟରେ ଶେଷ କରିବାକୁ ଜେଡ୍‌ଡିସିମାନଙ୍କୁ କୁହାଯାଇଛି। ସେହିପରି ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଅକ୍ଟୋବର ୩୧ ସୁଦ୍ଧା ବର୍ଷକର ହୋଲଡିଂ ଟିକସ ଦେଇଦେବେ, ସେମାନଙ୍କୁ ରିହାତି ମିଳିବ। କିନ୍ତୁ ଯେଉଁମାନେ ୫୦% ବା କମ୍‌ ଟିକସ ଦେବେ, ସେମାନଙ୍କୁ କୌଣସି ରିହାତି ମିଳିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe