ଘରୋଇ ହସ୍ପିଟାଲ୍‌ରେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ଘରୋଇ ହସ୍ପିଟାଲ୍‌ରେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର : ଗୁରୁବାର ଦିନ ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଜଣେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଡାକ୍ତର ହେଲେ ଝାରସୁଗୁଡ଼ାର ଶିଶିର କୁମାର ସାହୁ। ଏନେଇ ଖଣ୍ଡଗିରି ଥାନାରେ କୌଣସି ମାମଲା ହୋଇନଥିବା ବେଳେ ମୃତଦେହକୁ ହସ୍ପିଟାଲରେ ରଖାଯାଇଛି। ପରିବାର ଲୋକମାନେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବା ସହ ଥାନାରେ ଅଭିଯୋଗ ହେବ ବୋଲି ଜଣାପଡ଼ିଛି।

ସୂଚନାନୁସାରେ ସେ ନିଜେ ପୋଟାସିୟମ୍ କ୍ଲୋରାଇଡ୍‌ ଇଂଜେକ୍ସନ ନେବା ପରେ ଅଣ୍ଟା ବିନ୍ଧୁଥିବା କହି ଜଣେ ନର୍ସଙ୍କ ସହାୟତାରେ ଆଇଭି ଲାଇନ୍ ଜରିଆରେ ଟ୍ରମାଡୋଲ୍ ଲଗାଇଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ନିଜେ ନିଜର ଚିକିତ୍ସା କରିବା ବାହାନାରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe