ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

Advertisment

ହତ୍ୟା ଅଭିଯୋଗରେ ସ୍ବାମୀ, ଦିଅର ଅଟକ

ହତ୍ୟା ଅଭିଯୋଗରେ ସ୍ବାମୀ, ଦିଅର ଅଟକ

ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୫ରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ନୟାଗଡ଼ ଖଣ୍ଡପଡ଼ା ଥାନା ବୋଦସା ଅଞ୍ଚଳର ଗଣେଶ କାଟ୍ୟାଙ୍କ ସ୍ତ୍ରୀ ସୁମିତ୍ରା କାଟ୍ୟା(୨୩)। ସୁମିତ୍ରା ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଛନ୍ତି ବୋଲି ଶ୍ବଶୁର ଘର ଲୋକେ କହୁଥିବା ବେଳେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଅପଚେଷ୍ଟା କରାଯାଇଛି ବୋଲି ବାପଘର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ତେଣୁ ପୁଲିସ ସ୍ବାମୀ ଗଣେଶ ଓ ତାଙ୍କ ସାନ ଭାଇ ଅଜିତକୁ ଅଟକ ରଖି ପଚରାଉଚରା ଚଳାଇଛି।

ସୁମିତ୍ରାଙ୍କ ମାମୁଁ ବିଭୁତି ଭୂଷଣ ବେ‌ହେରାଙ୍କ ସୂଚନାନୁସାରେ, ୨୦୨୦ ଡିସେମ୍ବରରେ ସୁମିତ୍ରା ଓ ଗଣେଷଙ୍କ ବିବାହ ହୋଇଥିଲା। ବିବାହ ପରଠାରୁ ଶ୍ବଶୁର ଘରେ ସୁମିତ୍ରାଙ୍କୁ ନିର୍ଯାତନା ଦିଆଯାଉଥିଲା। ବଡ଼ ଦୁଃଖର କଥା ଦିଅର ଅଜିତ ସବୁବେଳେ ସୁମିତ୍ରାଙ୍କୁ ଖରାପ ନଜରରେ ଦେଖୁଥିଲା। ଏପରିକି ଦୁଇ ଦୁଇ ଥର ସେ ଦୁଷ୍କର୍ମ ଉଦ୍ୟମ ମଧ୍ୟ କରିଥିଲା। ଏହି କାରଣରୁ ସୁମିତ୍ରା ମାନସିକ ସନ୍ତୁଳନ ହରାଇଥିଲା। ଗତକାଲି ସଂଧ୍ୟାରେ ସେମାନେ ଫୋନ୍ କଲ୍ ଆସିବା ବେ‌ଳକୁ ସୁମିତ୍ରାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲର ଶବାଗାରରେ ରଖାଯାଇଥିଲା। ତେଣୁ ମାରିଦେବା ପ‌ରେ ସୁମିତ୍ରା ଆତ୍ମହତ୍ୟା କରିଛି ବୋଲି ଗଣେଶର ପରିବାର ଲୋକେ ମିଛ କହୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ହତ୍ୟା ଅଭିଯୋଗ ପରେ ଥାନାରେ ଅଟକ ଥିବା ଗଣେଶ ପୁଲିସକୁ କହିଛି ଯେ ସେ ଘରେ ନ ଥିବାବେଳେ ସୁମିତ୍ରା ବେକରେ ଫାଶି ଲଗାଇ ଝୁଲି ପଡ଼ିଥିଲେ। ପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। କିନ୍ତୁ ସେତେବେଳକୁ ସୁମିତ୍ରାଙ୍କ ମୃତ୍ୟୁ ହୋଇସାରିଥିଲା। ପୁଲିସ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସ୍ପଷ୍ଟ ହୋଇଯିବ ବୋଲି କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe