ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

Advertisment
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ଜଣେ ଅଟକ

Democratic Accent

ବାଲିପାଟଣା : ବାଲିପାଟଣା ଥାନା ତୁରିନ୍ତିରା ଗ୍ରାମର ଆର୍ତ୍ତତ୍ରାଣ ମୁଦୁଲିଙ୍କ ପୁଅ ଚିନ୍ତାମଣି ମୁଦୁଲିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଏହାକୁ ଆତ୍ମହତ୍ୟା କହୁଥିଲେ ହେଁ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ଲାଗି ପଠାଇଛି।

ପୁଲିସ୍‌ ସୂଚନାନୁଯାୟୀ, ଆର୍ତ୍ତତ୍ରାଣଙ୍କ ଅଠାନ୍ତର ପେଟ୍ରୋଲ ପମ୍ପ ନିକଟରେ ଏକ ଚା’ ଦୋକାନ ଅଛି। ଚିନ୍ତାମଣି ଦୋକାନରେ ବାପାଙ୍କୁ ସାହାଯ୍ୟ କରନ୍ତି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚିନ୍ତାମଣି ଘରକୁ ନ ଫେରିବାରୁ ବଡ଼ ଭାଇ କୁଳମଣି ତାଙ୍କୁ ଫୋନ୍‌ କରି ତୁରନ୍ତ ଘରକୁ ଆସିବା ପାଇଁ କହିଥିଲେ। ତେବେ କିଛି ସମୟ ପରେ ଚିନ୍ତାମଣିଙ୍କ ଫୋନ୍‌ ଲାଗି ନଥିଲା କି ସେ ଘରକୁ ଫେରି ନଥିଲେ। ଆଜି ସକାଳେ ଗାଁ ମୁଣ୍ଡ ଚାନ୍ଦିନୀ ବରଗଛରେ ଚିନ୍ତାମଣିଙ୍କ ଶବ ଝୁଲୁଥିବା ଦେଖାଯାଇଥିଲା। ତେଣୁ ବିନା କାରଣରେ ଚିନ୍ତାମଣି କାହିଁକି ଆତ୍ମହତ୍ୟା କରିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅପରପକ୍ଷେ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲେ ବି ଚିନ୍ତାମଣିଙ୍କ ଗୋଟିଏ ଗୋଡ଼ ଚାନ୍ଦିନୀ ଉପରେ ରହିଥିଲା। ତେଣୁ ଅନ୍ୟତ୍ର ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ଚେଷ୍ଟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ପ୍ରାଥମିକ ତଦନ୍ତରୁ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ଟ୍ରକ୍‌ ଧକ୍କା‌ରେ ଯୁବକ ମୃତ
ଭୁବନେଶ୍ବର : ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଏଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ନିକଟରେ ଟ୍ରକ୍‌ ଧକ୍କା‌ରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ, ନୟାଗଡ଼ ଫତେଗଡ଼ ଅଞ୍ଚଳର ବିଜୟ ପରିଡ଼ା(୪୧)। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଶୁକ୍ରବାର ରାତି ପାଖାପାଖି ୧୧ଟାରେ ବିଜୟ ଅଫିସ୍‌ରୁ କାମ ସାରି ଚକେଇସିହାଣିସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଶିଳ୍ପାଞ୍ଚଳରୁ ଜାତୀୟ ରାଜପଥ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଆଖପାଖରେ ଥିବା ଲୋକ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିବା ସହ ପୁଲିସକୁ ଜଣାଇଥିଲେ। ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe