ମହାବୀର ବିହାରରେ ସଫେଇ ଅଭିଯାନ

Advertisment
ମହାବୀର ବିହାରରେ ସଫେଇ ଅଭିଯାନ

ଚନ୍ଦ୍ରଶେଖରପୁର : ପରିବେଶ ପରିଚ୍ଛନ୍ନ ରଖିଲେ ଆମେ ସୁସ୍ଥ ଜୀବନ ଜିଇଁବା। ଏହି ଲକ୍ଷ୍ୟ ନେଇ ପଟିଆ ଷ୍ଟେସନ ନିକଟସ୍ଥ ମହାବୀର ବିହାର ବସ୍ତି ଉନ୍ନୟନ ପରିଷଦ ପକ୍ଷରୁ ସଫେଇ ଅଭିଯାନ ଆରମ୍ଭ ହୋଇଛି। ପରିଷଦର ସଭାପତି ଗୁଣନିଧି ବେହେରା, ଉପସଭାପତି ଦୀନବନ୍ଧୁ ଦାଶ, ସମ୍ପାଦକ ରଂଜିତ କୁମାର ଜେନା, ସହ-ସମ୍ପାଦକ ଶରତ ମହାପାତ୍ର, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଷ୍ଟେସନ ମୁଖ୍ୟ ରାସ୍ତାରୁ ସାଇ ମନ୍ଦିର ପର୍ଯ୍ୟନ୍ତ ଅଳିଆ ଆବର୍ଜନା ସଫା କରିଥିଲେ। ରାସ୍ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପ୍ରତି ସପ୍ତାହରେ ଏହିଭଳି ସଫେଇ କାର୍ଯ୍ୟ କରିବାକୁ ପରିଷଦର ସଦସ୍ୟମାନେ ଶପଥ ନେଇଥିଲେ। ସନ୍ଧ୍ୟାରେ ସାଇ ମନ୍ଦିରରେ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା। କଲୋନିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ଏହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ପରିଷଦର ଉପଦେଷ୍ଟା ଲିଙ୍ଗରାଜ ରଥ ଓ କ୍ଷୀତିଶ ଚନ୍ଦ୍ର ରାଉତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe