ସ୍ବଚ୍ଛ ଭାରତ ଅଭିଯାନର କଥା କହିଲା ‘ଅଳିଆ ଭିତରେ କାଳିଆ’

Advertisment

ମନନ ନାଟକ ମହୋତ୍ସବ

ମନନ ନାଟକ ମହୋତ୍ସବ

ସ୍ବଚ୍ଛ ଭାରତ ଅଭିଯାନର କଥା କହିଲା ‘ଅଳିଆ ଭିତରେ କାଳିଆ’

ଭୁବନେଶ୍ବର: ‘ସ୍ବଚ୍ଛ ଭାରତ ଅଭିଯାନ’ର ଦାୟିତ୍ବ ଓ କର୍ତ୍ତବ୍ୟକୁ ମନେ ପକାଇଦେବା ପାଇଁ ସଚେତନଧର୍ମୀ ନାଟକ ‘ଅଳିଆ ଭିତରେ କାଳିଆ’ ଆଜି ମନନ ନାଟ୍ୟସଂସ୍ଥାର ୪୩ତମ ନାଟକ ମହୋତ୍ସବ-୨୦୨୨ର ଦ୍ବିତୀୟ ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଥିଲା। ବିଦ୍ୟାକନକ ସୃଜନାନୁଷ୍ଠାନ ପକ୍ଷରୁ ଦିଲ୍ଲୀପ ବଳବନ୍ତରାୟଙ୍କ ରଚିତ ଏହି ନାଟକରେ ଜଗଦୀଶ ପ୍ରସାଦ ମହାରଣା ନିର୍ଦ୍ଦେଶନା ଦେଇଥିଲେ।

ଏହି ନାଟକରେ ସୌନିକା ପଣ୍ଡା, ଅନୁସୂୟା ସ୍ବାଇଁ, ସ୍ନେହଲତା ମହାରଣା, ମଳୟ କୁମାର ମହାନ୍ତି, ମାନସ କୁମାର ପରିଡ଼ା, ପ୍ରଜ୍ଞାଦତ୍ତ ସାହୁ, ଶୁଭଙ୍କର ସାହୁ, ଅଭିଜିତ୍ ଦାସ, ଗିରିଜା ଶଙ୍ଗର ପଣ୍ଡା, ଜେ ଜଗା ରେଡ୍ଡି, ପ୍ରୀତମ କୁମାର ନାୟକ, ତାପସ କୁମାର ବାହିନୀପତି, ଅରୁଣ ଅବିନାସ, ମନୋଜ ପଣ୍ଡା, ଶୁଭକାନ୍ତ ପାଢ଼ୀ ପ୍ରମୁଖ ଅଭିନୟ କରିଥିଲେ। ଡ. ଲିପିକା ମିଶ୍ରଙ୍କୁ ‘ଚନ୍ଦ୍ରଶେଖର ନନ୍ଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସେହିପରି ‘ମନନ ସମ୍ମାନ’ରେ ରମାକାନ୍ତ ଭୋଳ, ଏବଂ ଡ. ପ୍ରସନ୍ନ କୁମାର ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଅତିଥି ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା, ଡ. ନାରାୟଣ ସାହୁ, ପ୍ରଫେସର ସମର ମୁଦାଲି ପ୍ରମୁଖ ଉପସ୍ଥିତ ଥିଲେ। ସଂସ୍ଥାର ସଭାପତି ମନୋଜ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଉପସଭାପତି ବଙ୍କିମ୍ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

ଗତକାଲି ଉଦ୍‌ଘାଟନୀ ସଂଧ୍ୟାରେ ଜୀବନରେଖା ନାଟ୍ୟସଂସ୍ଥା ପକ୍ଷରୁ ଚିନ୍ମୟୀ ଷଡ଼ଙ୍ଗୀଙ୍କ ରଚିତ ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଚିଠି’ ନାଟକ ମଞ୍ଚସ୍ଥ ହୋଇଥିଲା। ନାଟକର ବିଭିନ୍ନ ଚରିତ୍ରରେ ମାନୁ ପଟ୍ଟନାୟକ, ସତ୍ୟରଞ୍ଜନ ନନ୍ଦୀ, ଦୀପାନ୍ବିତ ଦାଶମହାପାତ୍ର, ମମତା ତ୍ରିପାଠୀ, ରାଜଶ୍ରୀ, ନିଭି, ସୁଦ୍ଧି, ପ୍ରିୟଜିତ୍, ଶିବାଙ୍ଗୀ ଓ ଦେବବ୍ରତ ଅଭିନୟ କରିଥିଲେ। ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଓ ସାମ୍ବାଦିକ କିଶୋର ଦ୍ବିବେଦୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe