ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ : ଚେତୁନାହାନ୍ତି

Advertisment
ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ : ଚେତୁନାହାନ୍ତି

ଭୁବନେଶ୍ବର : ଆଜିଠାରୁ ସାରା ଭାରତରେ ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ ହୋଇଛି। ଭୁବନେଶ୍ବର ବି ଏହି ତାଲିକାରେ ଅଛି। ଜାନୁଆରି ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସର୍ଭେର ରେଜଲ୍ଟ ବାହାରିଲେ ଜଣାପଡ଼ିବ କେଉଁ ସହର କେତେ ସ୍ବଚ୍ଛ। ଏଥିପାଇଁ ସାରା ଦେଶରେ ସହରଗୁଡ଼ିକ ମଧ୍ୟରେ ଏକରକମ ପ୍ରତିଯୋଗିତା ଚାଲିଛି। ହେଲେ ରାଜଧାନୀର ରାସ୍ତାଘାଟକୁ ଦେଖିଲେ ଲାଗୁନି ଭୁବନେଶ୍ବର ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ଭାଗ ନେଇଛି। କାରଣ ରାଜଧାନୀର କିଛି ହାତଗଣତି ରାସ୍ତାକୁ ଛାଡ଼ିଦେଲେ ବାକି ସବୁ ରାସ୍ତାରେ କୁଢ଼କୁଢ଼ ଆବର୍ଜନା ପଡ଼ିଛି। ଗଳିକନ୍ଦିରେ ସ୍ବେରେଜ୍ ପାଣି ଭାସୁଛି। ସବୁଠି ପୁତିଗନ୍ଧମୟ ପରିସ୍ଥିତି। କିଛି ଅଞ୍ଚଳରେ ସ୍ଥିତି ଏପରି ହୋଇଛି ଯେ, ଘର ଆଗରେ ନଳା ପାଣି ଭାସୁଥିବାରୁ ଲୋକ ଘରୁ ବାହାରିବାକୁ ଡରୁଛନ୍ତି। କିନ୍ତୁ ବିଏମ୍‌ସିର ଏନେଇ ଚିନ୍ତା ନାହିଁ।

publive-image

କେଉଁଠି ଅଳିଆ ପଡ଼ିଛି, କାହିଁକି ଉଠୁନି, କେତେ ଦିନ ହେଲା ଉଠିନି ତା’ର ଖବର ବିଏମ୍‌ସି ପାଖରେ ନାହିଁ। ସ୍ବଚ୍ଛ ସର୍ବେକ୍ଷଣ ୨୦୧୭ରେ ୯୪ତମ ରୢାଙ୍କ, ୨୦୧୮ରେ ୨୪୩ତମ ରୢାଙ୍କ, ୨୦୧୯ରେ ୨୮୮ତମ ରୢାଙ୍କ ପାଇଥିଲା ଭୁବନେଶ୍ବର। ବର୍ଷକୁ ବର୍ଷ ରୢାଙ୍କ କମି କମିଗଲା। ହେଲେ ଏତିକିରେ ବିଏମ୍‌ସି କର୍ତ୍ତୃପକ୍ଷ ଚେତିଲେନି। ପ୍ରତିବର୍ଷ ଖରାପ ରୢାଙ୍କ ମିଳିବା ପରେ ବିଭିନ୍ନ ବାହାନା ଦେଖାଇ ଆସୁଛନ୍ତି। କିନ୍ତୁ ରାଜଧାନୀ କିପରି ଏକ ସ୍ବଚ୍ଛ ସହର ହେବ ସେନେଇ ଦୂରଦୃଷ୍ଟି ନାହିଁ କି କାହାକୁ ତାଗିଦ୍‌ ନାହିଁ।

publive-image

ରାଜଧାନୀର ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ଯେତେ କମିସନର ସେତେ ଯୋଜନା ହୋଇଛି। ହେଲେ ମୁଖ୍ୟ ସମସ୍ୟା ରାସ୍ତାରୁ ପ୍ରତିଦିନ ଅଳିଆ ଉଠୁନି। ବିଏମ୍‌ସି ବାବୁମାନଙ୍କର ଅପାରଗତା ଯୋଗୁଁ ରାଜଧାନୀରେ ଏବେ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe