ସ୍ୱଚ୍ଛତା ଜୀବନରେ ଧ୍ୟେୟ ହେଉ

Advertisment

ନାଲକୋ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ

ନାଲକୋ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ

ସ୍ୱଚ୍ଛତା ଜୀବନରେ ଧ୍ୟେୟ ହେଉ

ଚନ୍ଦ୍ରଶେଖରପୁର : ସ୍ୱଚ୍ଛତା କେବଳ ଏକ ସ୍ଳୋଗାନ୍‌ ନୁହେଁ। ବ୍ୟକ୍ତିର ଦୈନନ୍ଦିନ ଜୀବନରେ ଏହା ଏକ ଅଂଶ ହେବା ଆବଶ୍ୟକ। ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସ୍ୱଚ୍ଛତା ଧ୍ୟେୟ ହେଉ ବୋଲି ନାଲକୋ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ ଆହ୍ଵାନ ଦେଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଜନ୍ମ ଦିବସରେ ନବରତ୍ନ କମ୍ପାନି ନାଲକୋ ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ ଏହା କହିଥିଲେ।

ଏହି ସ୍ୱଚ୍ଛତା ଅଭିଯାନ ନାଲକୋ ସ୍କୋୟାର୍‌ରୁ ଆରମ୍ଭ ହୋଇ ନାଲକୋ ନଗରରେ ସମାପ୍ତ ହୋଇଥିଲା। ସ୍ୱଚ୍ଛ ଭାରତ ଆମର ଦରକାର, ଜଳାଶୟକୁ ଆବର୍ଜନା ପକାଇବା ନାହିଁ, ଖୋଲାରେ ମଳତ୍ୟାଗ କରିବା ନାହିଁ, ରାସ୍ତାରେ ପାନ ଛେପ ପକାଇବା ନାହିଁ। ସ୍ୱଚ୍ଛତାର ଏହିଭଳି ବାର୍ତ୍ତା ରହିଥିବା ପ୍ଲାକାର୍ଡ଼ ଧରି ଏବଂ ମହାତ୍ମା ଗାନ୍ଧୀଙ୍କର ଜୟଗାନ କରି ଛାତ୍ରଛାତ୍ରୀମାନେ ସ୍ୱଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟକୁ ଆକ୍ଷରିକ ଅର୍ଥରେ ପୂର୍ଣ୍ଣ କରିବାକୁ ଆହ୍ଵାନ ଦେଇଥିଲେ। ଏହି ସ୍ୱଚ୍ଛତା ଅଭିଯାନରେ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟ, ପଦ୍ମଶ୍ରୀ ସୁଦର୍ଶନ ସାହୁ, ସମ୍ବାଦ ସିଓଓ କମଳାକାନ୍ତ ମହାପାତ୍ରଙ୍କ ସମେତ ବହୁ କ୍ରୀଡ଼ାବିତ୍‌, ଛାତ୍ରଛାତ୍ରୀ, ନାଲକୋର ବହୁ ବରିଷ୍ଠ ଅଧିକାରୀ ତଥା ସଙ୍ଗୀତ, ସାହିତ୍ୟ, ସାମ୍ବାଦିକତା ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି ଅବସରରେ ଡ. ଚାନ୍ଦ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ ମାନ୍ୟତା ଦେବା ନିମନ୍ତେ ନାଲକୋ ସ୍ୱଚ୍ଛ ସେବକ/ସେବିକା ପୁରସ୍କାରର ପ୍ରଚଳନ କରିବା ନିମନ୍ତେ ଘୋଷଣା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠା ଦିବସରେ ଦୁଇ ଜଣଙ୍କୁ ୫୦,୦୦୦ ହଜାର ଲେଖାଏଁ ଓ ତିନି ଜଣଙ୍କୁ ୨୫,୦୦୦ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବା ନେଇ ସେ ଘୋଷଣା କରିଥିଲେ।

ଏହି ଅବସରରେ ନାଲକୋ ନଗରର ଏକ ରାସ୍ତାକୁ ପଣ୍ଡିତ ଦୀନଦୟାଲ୍‌ ଉପାଧ୍ୟାୟ ମାର୍ଗ ଭାବରେ ନାମିତ କରାଯାଇଥିଲା। ସ୍ୱଚ୍ଛତା କାର୍ଯ୍ୟକ୍ରମ ପରେ ଅଡିଟୋରିୟମ୍‌ରେ ସ୍କୁଲ୍‌ ପିଲାମାନଙ୍କ ଦ୍ୱାରା ଆୟୋଜିତ ସ୍ୱଚ୍ଛତା ସମ୍ପର୍କିତ ସଚେତନତାଧର୍ମୀ କାର୍ଯ୍ୟକ୍ରମ ସମସ୍ତଙ୍କୁ ପ୍ରଭାବିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe