ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଯାପିତ : କାରଣ ଅନ୍ବେଷଣ ନିରାକରଣରମାର୍ଗ

ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଯାପିତ : କାରଣ ଅନ୍ବେଷଣ ନିରାକରଣରମାର୍ଗ

ଖଣ୍ଡଗିରି : ଶିଶୁମାନେ ହେଉଛନ୍ତି ଗଡସ୍‌ ପାର୍ଟିକ୍‌ଲ। ସେମାନଙ୍କ ଭିତରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରାଇବା ହେଉଛି ବଡ଼ ଶିକ୍ଷା। ସବୁବେଳେ କାରଣ ଅନ୍ବେଷଣ ହିଁ ବିଭିନ୍ନ ସମସ୍ୟାର ନିରାକରଣର ମାର୍ଗ ପ୍ରଦର୍ଶନ କରିଥାଏ। ଯେ କୌଣସି ସମସ୍ୟା ପଛରେ ରହିଥିବା କାରଣ ଖୋଜି ପାରିଲେ ତାର ନିରାକରଣ ବାଟ ସ୍ବତଃ ମିଳିଯାଏ। ଏହା ହେଉଛି ବିଜ୍ଞାନ। ଶିଶୁମାନଙ୍କୁ ଏଭଳି ଶିକ୍ଷା ପ୍ରଦାନ କରିବା ଆବଶ୍ୟକ ଯେମିତି ସେମାନେ କାରଣ ଖୋଜିବାକୁ ଆଗ୍ରହୀ ହେବେ। ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ) ପରିସରରେ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କୁନି କୁନି ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଏହି ଅବସରରେ ରାଜ୍ୟ ରିଲିଫ୍ କମିସନର ବିଷ୍ଣୁପଦ ସେଠୀ କହିଥିଲେ ଯେ ଏବେ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ବିଜ୍ଞାନ ପ୍ରଦତ୍ତ ଜ୍ଞାନ କୌଶଳ ବେଶ୍ ସହାୟକ ହୋଇପାରିଛି। ଉନ୍ନୟନ କିମସନର ଅସିତ ତ୍ରପାଠୀ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ମ୍ୟାଲେରିଆ ନିରାକରଣର ସଫଳତା ଉପରେ ଓ ଓଡ଼ିଶାର ଓଡ୍ରାଫ୍ ଟିମ୍‌ର କୃତିତ୍ବ ଉପରେ ଆଲୋକପାତ କରିଥିଲେ। ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ ଭାସ୍କର ଜ୍ୟାତି ଶର୍ମା ନିଜ ବକ୍ତବ୍ୟରେ ଜାତୀୟ କଂଗ୍ରେସରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିବା ସହ ସମାଜରେ ସାଧାରଣ ଲୋକଙ୍କୁ ଏହି ଜ୍ଞାନ ବଣ୍ଟନ କରିବା ଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ରାଜ୍ୟପାଳ ପ୍ରଫେସର ଲାଲ୍ ଓ ସୋଆର କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଧିତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଇଂ ସୁବ୍ରତ ବାନାର୍ଜୀ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଓ ଆବାହକ ପିକେ ନନ୍ଦ ସ୍ବାଗତ ଭାଷଣ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଦ୍ବିତୀୟ ଥର ପାଇଁ ଆୟୋଜିତ ହୋଇଥିବା ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ପ୍ରାୟ ୮ ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଓଡ଼ିଶାରୁ ୨୬ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ବିଶ୍ବକୁ ସବୁଜ, ସୁସ୍ଥ ଓ ସ୍ବଚ୍ଛ ରଖିବା ପାଇଁ ବିଜ୍ଞାନର ବ୍ୟବହାର ଉପରେ ପ୍ରକଳ୍ପମାନ ନେଇ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ୍ ହୋଇଥିଲେ ଓ ସମସ୍ତ ପ୍ରକଳ୍ପ ବେଶ୍ ସୁନ୍ଦର ଓ ଉପାଦେୟ ବୋଲି ବିବେଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe