ଚନ୍ଦ୍ରଶେଖରପୁର : ଦେଶ ଓ ଜାତିର ପ୍ରଗତି ପାଇଁ ସ୍ବଦେଶୀ ସାମଗ୍ରୀକୁ ଅପଣାଇବା ନିତାନ୍ତ ଆବଶ୍ୟକ। ଏହାଦ୍ବାରା ଆମ ଦେଶର ବିକାଶ ସମ୍ଭବ। ବିଦେଶୀ ଜିନିଷକୁ ବ୍ୟବହାର କରି ଅନ୍ୟମାନଙ୍କୁ ଲାଭ ଦେବା ପରିବର୍ତ୍ତେ ନିଜ ଦେଶର ସାମଗ୍ରୀକୁ ବ୍ୟବହାର କରି ଦେଶକୁ ପ୍ରଗତି ପଥରେ ଆଗେଇନେବା ବୁଦ୍ଧିମାନର କାମ ବୋଲି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ କହିଛନ୍ତି। ଚନ୍ଦ୍ରଶେଖରପୁର କ୍ଲବ୍ ଟାଉନ୍ ପଡ଼ିଆରେ ଅନୁଷ୍ଠିତ ସ୍ବଦେଶୀ ମେଳାରେ ରାଜ୍ୟପାଳ ଶ୍ରୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ମେଳାରେ ପ୍ରାୟ ୮୦ରୁ ଅଧିକ ସ୍ବଦେଶୀ ଷ୍ଟଲ୍ ଖୋଲିଥିବା ବେଳେ ଗ୍ରାହକଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଗୃହ ଉପକରଣ ସାମଗ୍ରୀ ବିକ୍ରି ପାଇଁ କ୍ୟାମ୍ପ ଲାଗିଛି। ଏଥିସହ ଖାଦ୍ୟ ଷ୍ଟଲ୍ ଓ ପ୍ରଦର୍ଶନୀ ମେଳା ମଧ୍ୟ ଖୋଲିଛି। ଉଦ୍ଘାଟନୀ ଉତ୍ସବରେ ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥି, ଆନନ୍ଦ ଶଙ୍କର ପାଣିଗ୍ରାହୀ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିବା ବେଳେ ପ୍ରଫେସର ପ୍ରଶାନ୍ତ ରାଉତ ସଭା ପରିଚାଳନା କରିଥିଲେ। ମେଳାର ଆବାହକ ଶିଶିର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମେଳା ଷ୍ଟଲ୍ ବୁଲି ହସ୍ତଶିଳ୍ପ କାରିଗରଙ୍କୁ ପ୍ରଶଂସା କରିଥିଲେ।
ସ୍ବଦେଶୀ ମେଳା ଉଦ୍ଘାଟିତ
Advertisment
Follow Us