ଅର୍ଥନୀତିର ବିକାଶ ପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଆବଶ୍ୟକ

ଅର୍ଥନୀତିର ବିକାଶ ପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଆବଶ୍ୟକ

ଭୁବନେଶ୍ୱର : ଦେଶର ଅର୍ଥନୀତିର ବିକାଶ ପାଇଁ ସ୍ୱଦେଶୀ ଜ୍ଞାନକୌଶଳର ଆବଶ୍ୟକତା ରହିଛି ବୋଲି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ରସୁଲଗଡ଼ ଦୁର୍ଗାମଣ୍ଡପ ପଡ଼ିଆରେ ଚାଲିଥିବା ସ୍ୱଦେଶୀ ମେଳାର ଅଷ୍ଟମ ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ, ଆମେ ବ୍ୟବହାର କରୁଥିବା ଜିନିଷଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ଜିନିଷ ବିଦେଶୀ। ଆମପାଖରେ ପ୍ରଚୁର ପରିମାଣର ଦେଶୀ କଞ୍ଚାମାଲ ଥାଇ ମଧ୍ୟ ଆମେ ଉତ୍ପାଦ ପାଇଁ ବିଦେଶ ଉପରେ ନିର୍ଭର କରୁଛୁ। ଯେଉଁ ଦିନ ଆମେ ବିଦେଶୀ ଜିନିଷ ବର୍ଜନ କରି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉତ୍ପାଦଗୁଡ଼ିକୁ ବ୍ୟବହାର କରିବା ସେଦିନ ଆମ ଅର୍ଥନୀତି ବିକାଶର ଶୀର୍ଷରେ ପହଞ୍ଚିବ। ଆଉ ଆମକୁ ଶତ୍ରୁ ରାଷ୍ଟ୍ରମାନେ ନାଲିଆଖି ଦେଖାଇବା ବଦଳରେ ମୁଣ୍ଡ ନୁଆଁଇବେ।

ସେ ଆହୁରି କହିଲେ ଯେ, ଆମେ ସ୍ୱଦେଶୀ ଭାଷାକୁ ନେଇ ଗର୍ବ ଅନୁଭବ କରିବା କଥା। ହେଲେ ଆଜିକାଲି ଆମେ ସ୍ୱଦେଶୀ ବଦଳରେ ବେଶି ବିଦେଶୀ ଭାଷା କହିବାକୁ ଭଲପାଉଛୁ। ପିଲାମାନଙ୍କୁ ଆରମ୍ଭରୁ ବିଦେଶୀ ଢାଞ୍ଚାରେ ପଢ଼ାଉଛୁ। ଯାହାଫଳରେ ଆଗାମୀ ଦିନରେ ଆମ ଭାଷା ପାଇଁ ଏକ ବଡ଼ ବିପଦ ମାଡ଼ିଆସୁଛି ବୋଲି ଶ୍ରୀ ପଟ୍ଟନୟକ କହିଥିଲେ। ଏହି ଅବସରରେ ସ୍ୱଦେଶୀ ମଞ୍ଚ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ମଞ୍ଚର ପ୍ରାନ୍ତ ସଂଯୋଜକ ନିର୍ମଳ ଷଡ଼ଙ୍ଗୀ ମଞ୍ଚ ପରିଚଳନା କରିଥିଲେ। ପ୍ରାନ୍ତ ସହ ସଂଯୋଜକ ଧୀରେନ୍ଦ୍ର ନନ୍ଦ ଓ ମେଳା ସଂଯୋଜକ ମନୋଜ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମହାନଗର ସଂଯୋଜକ ବିଜୟ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe