ଭୁବନେଶ୍ୱର: ସ୍ୱାମୀ ଶିବାନନ୍ଦ ସନ୍ଥ ପରମଶ୍ୱରୀର ଅନ୍ୟତମ ଦାୟାଦ ତଥା ଦିବ୍ୟ ଜୀବନ ସଂଘର ଆନ୍ତର୍ଜାତିକ ଉପସଭାପତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀଙ୍କ ୭୫ତମ ଜନ୍ମବାର୍ଷିକୀ ଉତ୍ସବ ବୁଦ୍ଧମନ୍ଦିର ପରିସରରେ ପାଳିତ ହୋଇଯାଇଛି। ପୂଜ୍ୟପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଅତିଥି ଭବେ ରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ପ୍ରତିଷ୍ଠାତା ସ୍ୱାମୀ ବୈରାଗ୍ୟନନ୍ଦ ଯୋଗ ଦେଇ ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କ ଦିବ୍ୟ ଗୁଣର ଅବତାରଣା କରିଥିଲେ। ଅନ୍ୟତମ ଅତିଥି ଦିବ୍ୟ ଜୀବନ ସଂଘ ଓଡ଼ିଶା ଶାଖାର ସ୍ୱାମୀ ଶିବାନନ୍ଦ ମହାରାଜ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ, ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଜନ୍ମଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ। ପଦ୍ମାକର ଗୁରୁ ସ୍ୱାଗତ ଭାଷଣ ଦେଇଥିଲେ। ବିନୋଦ ବିହାରୀ ଦାସ ବେଦ ପାଠ କରିଥିଲେ। ବାସ୍ତୁବିତ୍ ମନୋଜ କୁମାର ଲେଙ୍କା ଧନ୍ୟବାଦ ପ୍ରଦାନ କରିଥିଲେ।
ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କ ଜୟନ୍ତୀ ଉତ୍ସବ
Advertisment
Follow Us